banner
Breaking

ଓ୍ବମେନ୍ ପ୍ରିମିୟର ଲିଗ୍ ନିଲାମରେ ୫ଟି ଟିମ୍

0

ମୁମ୍ବାଇ : ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ବୁଧବାର ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌) ପାଇଁ ନିଲାମୀ କରାଯାଇଛି। ୫ଟି ମହିଳା ଦଳର ନିଲାମୀ କରାଯାଇଥିବା ବେଳେ ବିସିସିଆଇ ଏଥିରୁ ୪୬୬୯.୯୯ କୋଟି ଟଙ୍କା ଆୟ କରିଛି। ଆଦାନୀ ସ୍ପୋଟର୍‌ସ ଲାଇନ୍‌ ସେଲିଙ୍ଗ ୧୨୮୯ କୋଟି ଟଙ୍କାର ବିଡିଂ ସହିତ ହାଇଏଷ୍ଟ ବିଡର ରହିଛି। ସେହିପରି ଆଇପିଏଲର ୩ ଫ୍ରାଞ୍ଚାଇଜି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ୩ଟି ଦଳ କିଣିବାରେ ସଫଳ ହୋଇଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ୯୧୨.୯୯ କୋଟି ଟଙ୍କାର ବିଡିଂ ଦାଖଲ କରିଥିବା ବେଳେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୯୦୧ କୋଟି ଏବଂ କ୍ୟାପିଟାଲ୍ସ ୮୧୦ କୋଟି ଟଙ୍କାର ବିଡ୍‌ ଦାଖଲ କରିଛି। ପଞ୍ଚମ ଫ୍ରାଞ୍ଚାଇଜି ଭାବରେ କାପ୍ରି ଗ୍ଲୋବାଲ ହୋଲ୍ଡିଙ୍ଗ୍ସ ୭୫୭ କୋଟି ଟଙ୍କାରେ ଲକ୍ଷ୍ନୌ ଫ୍ରାଞ୍ଚାଇଜିକୁ କିଣିଛି। ବିସିସିଆଇ ସମ୍ପାଦକ ଜୟ ଶାହା ୫ଟି ଯାକ ଫ୍ରାଞ୍ଚାଇଜିର ନାମ ଘୋଷଣା କରିଛନ୍ତି। ଓମେନ୍ସ ପ୍ରିମିୟର ଲିଗ୍‌ର ପ୍ରଥମ ସଂସ୍କରଣରେ ରେକର୍ଡ ଆୟ ହୋଇଛି। ୨୦୦୮ରେ ଆଇପିଏଲର ପ୍ରଥମ ସଂସ୍କରଣ ଅପେକ୍ଷା ଏହା ଅଧିକ ଅର୍ଥ ଆୟ କରିଥିବା ନେଇ ଜୟ ଶାହା ସୂଚନା ଦେଇଛନ୍ତି। ଉକ୍ତ ସଂସ୍କରଣ ଆଇପିଏଲରେ ବିସିସିଆଇ ୭୨୩ ମିଲିୟନ୍‌ ଡଲାର ଆୟ କରିଥିଲା। ପୂର୍ବରୁ ଏହାକୁ ମହିଳା ଆଇପିଏଲ କୁହାଯାଉଥିବା ବେଳେ ବୁଧବାର ଶାହା ଏହାକୁ ଓମେନ୍ସ ପ୍ରିମିୟର ଲିଗ୍‌ ବୋଲି ନାମିତ କରିଛନ୍ତି। ଟି୨୦ର ଏହି ନୂତନ ଫର୍ମାଟ ମହିଳା କ୍ରିକେଟରେ ବିପ୍ଲବ ଆଣିବ ବୋଲି ଶାହା କହିଛନ୍ତି। ଆସନ୍ତା ମାର୍ଚ୍ଚ ମାସରେ ଓମେନ୍ସ ପ୍ରିମିୟର ଲିଗ୍‌ ପାଇଁ ଖେଳାଳିଙ୍କ ନିଲାମୀ ଆରମ୍ଭ ହେବ ବୋଲି ଶାହା ସୂଚନା ଦେଇଛନ୍ତି। ପ୍ରତି ଟିମ୍‌ର ପର୍ସରେ ୧୨ କୋଟି ଟଙ୍କା ରହିବ। ୫ଟି ଯାକ ଫ୍ରାଞ୍ଚାଇଜି ସର୍ବନିମ୍ନ ୧୫ ଓ ସର୍ବାଧିକ ୧୮ ଖେଳାଳିଙ୍କୁ ଦଳରେ ସାମିଲ ହୋଇପାରିବେ। ୫ ଜଣ ବିଦେଶୀ ଖେଳାଳିଙ୍କୁ ଦଳରେ ସାମିଲ କରାଯିବ ଏବଂ ଏହା ମଧ୍ୟରୁ ଜଣେ ସହଯୋଗୀ ରାଷ୍ଟ୍ରର ଖେଳାଳି ରହିବେ। ସୋମବାର ବିସିସିଆଇ ପକ୍ଷରୁ ୧୭ଟି ଟେକ୍ନିକାଲ ବିଡକୁ ମଞ୍ଜୁରୀ ପ୍ରଦାନ କରାଯାଇଥିଲା। ସମୁଦାୟ ୭ଟି ଆଇପିଏଲ ଫ୍ରାଞ୍ଚାଇଜି ଟିମ୍‌ କ୍ରୟ ପାଇଁ ପ୍ରୟାସ କରିଥିଲେ। ପଞ୍ଜାବ କିଙ୍ଗ୍ସ, କୋଲକାତା ନାଇଟ ରାଇଡର୍ସ, ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ଫ୍ରାଞ୍ଚାଇଜି ଏହି ଦୌଡରେ ପଛରେ ପଡି ଯାଇଥିଲେ। ଏପରିକି ହଲଦୀରାମ୍‌ ମଧ୍ୟ ଏହି ଦୌଡରେ ପଛରେ ପଡି ଯାଇଥିଲା। ପ୍ରଥମ ସଂସ୍କରଣରେ ସମୁଦାୟ ୨୨ଟି ମ୍ୟାଚ ଖେଳାଯିବ।

Khansweb Solution Bhubaneswar

Leave A Reply

Your email address will not be published.