banner
Breaking

ଆନ୍ତର୍ଜାତୀୟ ମହିଳା ଦିବସ ଓ ହୋଲି ଉତ୍ସବ ପାଳିତ

0

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମର ୧୨ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ନିୟୁ ଗମେଣ୍ଟ କଲୋନୀ ସ୍ଥିତ ଓ୍ବାର୍ଡ କାର୍ଯ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ମହିଳା ଦିବସ ଓ ହୋଲି ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । କର୍ପୋରେଟର ଜୟନ୍ତୀ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ସମ୍ମାନିତ ଅତିଥି ଭାବେ ମେୟର ସୁଲୋଚନା ଦାସ ଯୋଗଦେଇ ଓଡିଶାର ମହିଳାମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରଗତିଶୀଳ ଚିନ୍ତାଧାରାରେ କେତେ ସଶକ୍ତ, ସ୍ୱାବଲମ୍ବୀ ଓ ଆତ୍ମନିର୍ଭରଶୀଳ ହୋଇ ପାରିଛନ୍ତି ସେ ଉପରେ ଅଲୋକପାତ କରିଥିଲେ । ସଞ୍ଜିବନୀ ମହିଳା ମହାସଂଘର ସମସ୍ତ ମହିଳା ମାନଙ୍କୁ ଡ୍ରେସ୍‌କୋଡ ଶାଢୀ ଓ ଆଇ କାର୍ଡ ବଣ୍ଟନ କରିଥିଲେ । ମହିଳା ମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳୁଥିବା ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା ସହ ଆହୁରି ଅଧିକ ଉତ୍ସାହିତ କରିବା ପାଇଁ କର୍ପୋରେଟରଙ୍କ ତରଫରୁ ନିଆଯାଇଥିବା ଏହି ନିଆରା ପଦକ୍ଷେପକୁ ପ୍ରଶଂସା କରିଥିଲେ । ଆଇନଜୀବୀ ସମରେନ୍ଦ୍ର ସାହୁ ସଭାପତିତ୍ୱ କରିଥିଲା ବେଳେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବିଶିଷ୍ଟ ସମାଜସେବୀ ଖୁଲଣା ସାହୁ, ଗଜପତି ନଗରର ବରିଷ୍ଠ ନାଗରିକ କେ କେ ପଣ୍ଡା, ଯୁବନେତା ପ୍ରସନ୍ନ କୁମାର ସାହୁ, ଚଗଲା ଜେନା, ମିଟୁ ପରିଡା, ଭଗବାନ ଦାଶ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଗଜପତି ନଗର ସୁନାମୁଖୀ ମିଶନ ଶକ୍ତି ଗ୍ରୁପ ଓ ଲକ୍ଷ୍ମୀବିହାର ସାଇଲକ୍ଷ୍ମୀ ଗ୍ରୁପ ପକ୍ଷରୁ ବିଭିନ୍ନ ପ୍ରକାର ପିଠା ଓ ନିଜସ୍ୱ ତିଆରି ୫୦ ରୁ ଉର୍ଦ୍ଧ୍ୱ ପ୍ରକାର ଖାଦ୍ୟ ସାମଗ୍ରୀ ପ୍ରଦର୍ଶିତ କରାଯାଇଥିଲା । କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ମହିଳାମାନେ ଯୋଗଦାନ କରିଥିଲା ବେଳେ ଅଜିତ କୁମାର ଦାସ, ପ୍ରିତମ କୁମାର ପରିଡ଼ା, ତପନ କୁମାର ରାଉତରାୟ ଓ ବାବୁଭାଇ ଟିମର ସଦସ୍ୟମାନେ ସହଯୋଗ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.