banner
Breaking

ଆଜି ବିଶ୍ୱ ହସ୍ତୀ ଦିବସ ! ନନ୍ଦନକାନନରେ ବିଶେଷ ପ୍ରସ୍ତୁତି

0

ଭୁବନେଶ୍ୱର :ଦିନକୁ ଦିନ ହାତୀଙ୍କ ସଂଖ୍ୟା ହ୍ରାସ ପାଉଛି । ଏମାନଙ୍କ ସୂରକ୍ଷା ପାଇଁ ସାଧାରଣରେ ଜନସଚେତନତା ସୃଷ୍ଟି କରିବା ପାଇଁ ହସ୍ତୀଦିବସ ପାଳନ ହୋଇଥାଏ । ଏଣୁ ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖରେ ବିଶ୍ୱହସ୍ତୀ ଦିବସ ପାଳନ କରାଯାଉଛି । ପ୍ରଥମ ବିଶ୍ୱ ହସ୍ତୀଦିବସ ୨୦୧୨ ମସିହା ଅଗଷ୍ଟ୧୨ରେ ଆରମ୍ଭ ହୋଇଥିଲା । ଏହି ଅବସରରେ ନନ୍ଦନକାନନରେ ସ୍ୱତନ୍ତ୍ର କାର୍ୟ୍ୟକ୍ରମର ଆୟୋଜନ କରାଯାଇଛି। ହାତୀ ମାନଙ୍କୁ ଝୋଟି, ଚିତା ଓ ଚାନ୍ଦୁଆରେ ସଜାଯାଇଛି। ଖାଇବା ପାଇଁ ସେମାନଙ୍କୁ ସେଉ, କଦଳୀ, ନଡିଆ ବିଭିନ୍ନ ପ୍ରକାର ଫଳମୂଳ ଦିଆଯାଇଛି।
ଦିନକୁ ଦିନ ଜଙ୍ଗଲ ନଷ୍ଟ ହୋଇଥିବା । ଖଣି ଖାଦାନର ବୃଦ୍ଧି ଘଟିବା ଫଳରେ ହାତୀମାନଙ୍କର ବାସସ୍ଥାନରେ ସଙ୍କୁଚିତ ହେଉଛି । ଅସାମାଜିକ ଲୋକେ ମଧ୍ୟ ହାତୀ ଶିକାର କରୁଛନ୍ତି ।ଅଧିକାଂଶ ସମୟରେ ହାତୀ ମଣିଷ ଲଢ଼େଇ ଫଳରେ ଅନେକ ଧନଜୀବନ ନଷ୍ଟ ହୋଇଛି । କେବେ ଟ୍ରେନ ଲାଇନରେ କଟି ତ କେବେ ବିଦ୍ୟୁତ ଆଘାତରେ ଆସି ପ୍ରାଣ ଜୀବନ ଯାଇଛି ହାତୀର । ପୁଣି କେବେ ଶିକାରୀ ହାତରେ ଯାଇଛି ଗଜରାଜଙ୍କ ଜୀବନ । ଫଳରେ ଦିନକୁ ଦିନ ଏହି ପ୍ରାଣୀର ସଂଖ୍ୟା ଲୋପ ପାଇବାକୁ ବସିଛି । ଏଣୁ ଜନସଚେତନାକୁ ଦ୍ରୁତତର କରିବା ପାଇଁ ବିଶ୍ୱହସ୍ତୀ ଦିବସର ପରିକଳ୍ପନା କରାଯାଇଛି ।

Khansweb Solution Bhubaneswar

Leave A Reply

Your email address will not be published.