banner
Breaking

ଆସ୍ପାୟାର ହସ୍ପିଟାଲ ପକ୍ଷରୁ ବିଶ୍ୱ କର୍କଟ ଦିବସ ପାଳିତ

0

ଭୁବନେଶ୍ୱର,୪ା୨ ଭୁବନେଶ୍ୱର ଆସ୍ପାୟାର ହସ୍ପିଟାଲ ପକ୍ଷରୁ ଚଳିତବର୍ଷର ବିଷୟ ବସ୍ତୁ ଯତ୍ନର ବ୍ୟବଧାନ ବନ୍ଦ କରକୁ ନେଇ ବିଶ୍ୱ କର୍କଟ ଦିବସ ପାଳିତ ହୋଇଯାଇଛି । ହସ୍ପିଟାଲର ନିର୍ଦ୍ଦେଶକ ତଥା ବିଶିଷ୍ଟ ଆଙ୍କୋଲୋଜିଷ୍ଟ ସର୍ଜନ ଡାକ୍ତର ଅମିତାଭ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଭିନେତା ସିଦ୍ଧାନ୍ତ ମହାପାତ୍ର, ସମ୍ମାନୀତ ଅତିଥି ଭାବେ ଅଭିନେତ୍ରୀ ମାମା ମିଶ୍ର ଯୋଗଦେଇ ସଚେତନତା ଓ ସତର୍କତା ଅବଲମ୍ବନ କଲେ କର୍କଟ ଦୂର ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟ ବକ୍ତା ବରିଷ୍ଠ ଡାକ୍ତର ଆଶୁତୋଷ ମହାପାତ୍ର, ବନ୍ୟା ଦାସ ଓ ସରୋଜ କୁମାର ସାହା ଖାଦ୍ୟ, ପରିବେଶ, ପରିର୍ବିତ ଜୀବନଶୈଳୀ ପାଇଁ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ତେଣୁ କର୍କଟ ରୋଗ ନିରାକରଣ ପାଇଁ ସାମୁହିକ ପ୍ରୟାସର ଆବଶ୍ୟକତା ରହିଛି ବୋଲି କହିଥିଲେ । ଏବଂ ଆସ୍ପାୟାର ହସ୍ପିଟାଲର ଚିକିତ୍ସା ପଦ୍ଧତି ଓ ଡାକ୍ତର ଅମିତାଭ ଜେନାଙ୍କ ଅଭିଜ୍ଞତା ନିଷ୍ଠାପର ସେବା, ଉଦାର ପଣିଆ ପାଇଁ ବହୁ ରୋଗୀ ଆରୋଗ୍ୟ ଲାଭ କରିଥିବାରୁ ତାଙ୍କୁ କୃତଜ୍ଞତା ଜଣାଇଥିଲେ । ଏହି ଅବସରରେ ଶତାଧିକ କର୍କଟ ରୋଗୀଙ୍କୁ କ୍ୟାନସର ଯୋଦ୍ଧା ଭାବେ ସମ୍ମାନିତ କରାଯାଇଥିଲା । ଡାକ୍ତର ଦେବୀ ପ୍ରସାଦ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.