banner
Breaking

ଯୁଦ୍ଧ ସମୟରେ ଆମେରିକାର ଭାରତ ଉପରେଆସ୍ଥା

0

ଓ୍ବାଶିଂଟନ୍‌, ୧୮ା୨: ୟୁକ୍ରେନ ସଙ୍କଟ ଭିତରେ ଆମେରିକା ଭାରତ ଉପରେ ଆସ୍ଥା ପ୍ରକଟ କରିଛି। ଯଦି ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରେ, ତେବେ ଭାରତ ଆମେରିକା ସହ ଛିଡ଼ାହେବ ଏବଂ ମସ୍କୋକୁ ହରାଇବା ପାଇଁ ସହଯୋଗ କରିବ ବୋଲି ବାଇଡେନ୍‌ ପ୍ରଶାସନ ଭରସା କରିଛି। ପରରାଷ୍ଟ୍ର ବିଭାଗ ମୁଖପାତ୍ର ନେଡ୍‌ ପ୍ରାଇସ୍‌ କହିଛନ୍ତି, ନିକଟରେ ଅଷ୍ଟ୍ରେଲିଆ, ଭାରତ, ଜାପାନ, ଆମେରିକାର ବହିର୍ବ୍ୟାପାର ମନ୍ତ୍ରୀଙ୍କୁ ନେଇ ମେଲ୍‌ବୋର୍ନରେ ଶେଷ ହୋଇଥିବା କ୍ୱାଡ ବୈଠକରେ ୟୁକ୍ରେନ ବିବାଦ ଉପରେ ଆଲୋଚନା ହୋଇଛି। ଏହାସହ ସେ ଭାରତକୁ ପ୍ରଶଂସା କରିଛନ୍ତି। ନୂଆଦିଲ୍ଲୀ ସର୍ବଦା ଅନ୍ତର୍ଜାତୀୟ ନିୟମ ପାଳନ ଉପରେ ଗୁରୁତ୍ୱ ଦେଇଆସିଛି ବୋଲି ପ୍ରାଇସ୍‌ କହିଛନ୍ତି। ଯୁଦ୍ଧ ନୁହେଁ, ବରଂ କୂଟନୈତିକ ଆଲୋଚନା ମାଧ୍ୟମରେ ସମସ୍ୟା ସମାଧାନ ହେବା ଜରୁରୀ। ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ହେଉ କିମ୍ବା ୟୁରୋପ, ସବୁ ପ୍ରସଙ୍ଗରେ ସମସ୍ତ ରାଷ୍ଟ୍ର ଅନ୍ତର୍ଜାତୀୟ ନିୟମ ମାନିବା ଆବଶ୍ୟକ। ଛୋଟ ଦେଶଗୁଡ଼ିକୁ ଦମନ କିମ୍ବା ସେମାନଙ୍କ ଇଚ୍ଛା ବିରୋଧରେ କୌଣସି ପ୍ରସଙ୍ଗରେ ବାଧ୍ୟ କରିବା ଅଧିକାର କାହାର ନାହିଁ। ଆଇନ ହିସାବରେ ଉଚିତ ଥିବା ପ୍ରତ୍ୟେକ କାମକୁ ଭାରତ ସମର୍ଥନ କରିବ ବୋଲି ଦୃଢ଼ ବିଶ୍ୱାସ ଥିବା ସେ ପ୍ରକାଶ କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.