banner
Breaking

୧୨ ନମ୍ବର ଓ୍ବାର୍ଡରେ ରାସ୍ତା ଓ ଡ୍ରେନ କାମର ଭିତ୍ତିପ୍ରସ୍ତର ସ୍ଥାପନ

0

ଭୁବନେଶ୍ୱର ୧/୬, ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୧୨ନଂ ୱାର୍ଡର ଜୟଦେବ ବିହାର ଏଚ.ଆଇ.ଜି କଲୋନୀ ରାସ୍ତା ଓ ଡ୍ରେନ୍ କାମର ଭିିତ୍ତିପ୍ରସ୍ତର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଓ ମେୟର ସୁଲୋଚନା ଦାସଙ୍କ କରକମଳରେ ଶୁଭ ଉଦ୍‌ଘାଟିତ ହୋଇଯାଇଛି । ୭୬ ଲକ୍ଷ୍ୟ ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ଏହି ରାସ୍ତା ଓ ଡ୍ରେନ୍ କାମ ଛଅ ମାସ ଭିତରେ ଶେଷ ହେବାର ସମୟ ସୀମା ରହିଛି । ଏହି କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଡେପୁଟି ମେୟର ମଞ୍ଜୁଲତା କଅଁର, ୧୨ନଂ ୱାର୍ଡର କର୍ପୋରେଟର ଜୟନ୍ତୀ ସାହୁ, ବିଜେଡି ଜିଲ୍ଲା ସମ୍ପାଦକ ପ୍ରଶନ୍ନ କୁମାର ସାହୁ, ସମରେନ୍ଦ୍ର ସାହୁ, ପ୍ରଫୁଲ ଜେନା, ଗଗନ ବିହାରୀ ପଣ୍ଡା, ମନୋରଞ୍ଜନ ଦାସ, ରଶ୍ମି ରଞ୍ଜନ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଉତ୍ତର ବିଧାୟକଙ୍କ ଜନ୍ମଦିନ ଅବସରରେ କେକ୍ କାଟି ଧୁମ୍ ଧାମରେ ପାଳନ କରାଯାଇଥିଲା । ସମସ୍ତେ ବିଧାୟକଙ୍କୁ ଶୁଭେଚ୍ଛା ଜଣାଇଥିଲେ।

Khansweb Solution Bhubaneswar

Leave A Reply

Your email address will not be published.