banner
Breaking

ଇଣ୍ଟର କମ୍ପାନୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

0

ଭୁବନେଶ୍ୱର,୧୮ା୫ ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୧୨ ନମ୍ବର ଓାର୍ଡର ସପ୍ତମ ବାଟାଲିୟନ ପରିସରରେ ହାବିଲଦାର ସିପାହୀ ଆସୋସିଏସନ୍ ପକ୍ଷରୁ ଦ୍ୱିତୀୟ ବାର୍ଷିକ ଇଣ୍ଟର ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ମେୟର ସୁଲୋଚନା ଦାସ ଯୋଗଦେଇ ଉଦଘାଟନ କରିବା ସହିତ କହିଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ କ୍ରୀଡାକୁ ପ୍ରାଧାନ୍ୟ ଦେଇଆସୁଛନ୍ତି । ଯେଉଁଥିପାଇଁ ଭୁବନେଶ୍ୱର କ୍ରୀଡାର ହବ୍ ହୋଇପାରିଛି । ସେ ସଦାସର୍ବଦା କୁହନ୍ତି ସ୍ପୋର୍ଟ୍ସ ଫର୍ ୟୁଥ୍‌, ୟୁଥ୍ ଫର୍ ଦ ନେସନ୍ । କ୍ରୀଡା ଦ୍ୱାରା ଶାରୀରିକ ସନ୍ତୁଳନ ରହିବା ସହିତ ମାନସିକ ଶାନ୍ତି ମିଳିଥାଏ । ହାବିଲଦାର ସିପାହୀ ସଂଘର ସଭାପତି ବିନୋଦ କୁମାର ବଳ(ନିଲୁ)ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦଘାଟନୀ ଉତ୍ସବରେ ସମ୍ମାନୀତ ଅତିଥି ଭାବେ କର୍ପୋରେଟର ଜୟନ୍ତୀ ସାହୁ,ଇତିଶ୍ରୀ ଦାସ,ସପ୍ତମ ବାଟାଲିୟନ ମୁଖ୍ୟ ବିଜୟ ସାହୁ,ବିଜେଡି ଜିଲ୍ଲା ସମ୍ପାଦକ ପ୍ରଶନ୍ନ କୁମାର ସାହୁ,ବିଧାୟକଙ୍କ ପ୍ରତିନିଧି ସମରେନ୍ଦ୍ର ସାହୁ, ଯୁବନେତା ମନୋରଞ୍ଜନ ଦାସ ପ୍ରମୁଖ ଯୋଗଦେଇଥିଲେ । ଏହି ଟୁର୍ଣ୍ଣାମେ ଚାରିଦିନ ଧରି ଚାଲିବ । ଏଥିରେ ସପ୍ତମ ବାଟାଲିୟନ ଠାରୁ ଆରମ୍ଭ କରି ହେଡ କ୍ୱାଟର ପର୍ଯ୍ୟନ୍ତ ୮ଟି କମ୍ପନୀ ଭାଗ ନେଇଛନ୍ତି । ୨୧ ତାରିଖ ଦିନ ଏହାର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେବ ।

Khansweb Solution Bhubaneswar

Leave A Reply

Your email address will not be published.