banner
Breaking

୧ ନମ୍ବର ଓ୍ବାର୍ଡରେ ନିଶା ନିବାରଣ ଓ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ

0

ଭୁବନେଶ୍ୱର : ଆନ୍ତର୍ଜାତିକ ନିଶା ଔଷଧ ଅପବ୍ୟବହାର ଓ ନିଷିଦ୍ଧ କାରବାର ବିରୋଧ ଦିବସ ଅବସରରେରେ ୧ ନମ୍ବର ଓ୍ବାର୍ଡର ବିଭିନ୍ନ ସ୍ଥାନରେ ନିଶା ନିବାରଣ ଓ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏକ ନମ୍ବର ୱାର୍ଡର କର୍ପୋରେଟର ମିହିର କୁମାର ରାଉତ ଓ ୨ ନମ୍ବର ୱାର୍ଡର କର୍ପୋରେଟର ମୋନାଲିସା ବେହେରାଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ମାନଙ୍କ ମଧ୍ୟରେ ଜୋନ୍ ୬ ଏସିପି ରମେଶ ଚନ୍ଦ୍ର ବିଶୋଇ, ଚନ୍ଦ୍ରଶେଖର ପୁର ଆଇ ଆଇ ସି ପ୍ରଦୀପ କୁମାର ରାଉତ, ଇନଫୋସିଟି ଆଇ ଆଇ ସି ସମିତା ମିଶ୍ର ଯୋଗଦେଇ ସଚେତନତା ବାର୍ତ୍ତା ଦେଇଛନ୍ତି।
ସବୁବେଳେ କିଛିନା କିଛି ସମାଜ ମଙ୍ଗଳକାରୀ କାର୍ଯ୍ୟକ୍ରମ କରି ଆସୁଥିବା ଦକ୍ଷ ଯୁବନେତା ତଥା ସମସ୍ତଙ୍କର ପ୍ରିୟ କର୍ପୋରେଟର ମହିର ରାଉତ ଆଜି ୧ ନମ୍ବର ଓ ୨ ନମ୍ବର ୱାର୍ଡକୁ ନିଶା ମୁକ୍ତ ଓ ଡେଙ୍ଗୁ ମୁକ୍ତ କରିବା ପାଇଁ ୱାର୍ଡ ବାସିଙ୍କ ସହ ଅଣ୍ଟା ଭିଡିଛନ୍ତି। ପୋଲିସ,ବିଏମସି ଅଧିକାରୀ, ସ୍ବାସ୍ଥ୍ୟକର୍ମୀ, ସମାଜସେବୀ ମାନଙ୍କୁ ନେଇ ଅନୁଷ୍ଠିତ ସଚେତନତା ରାଲି ସହିତ ଘରଘର ବୁଲି ନିଶା ସେବନର କୁପ୍ରଭାବ ଉପରେ କହିବା ସହିତ ଘର ଚାରିପାଖ ସଫା ସୁତୁରା ରଖିବା ପାଇଁ ଅନୁରୋଧ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଦ କ୍ଲବର ସମସ୍ତ ସଦସ୍ୟ, ଶିଖରଚଣ୍ଡୀ ନଗରର ଯୁବ ସମାଜସେବୀ, ମହିଳା ଓ ବରିଷ୍ଠ ନାଗରିକ ମାନେ ଉପସ୍ଥିତ ଥିଲେ। କର୍ପୋରେଟରଙ୍କ ଏହି କାର୍ଯ୍ୟକୁ ସମସ୍ତେ ପ୍ରଶ°ସା କରିବା ସହିତ ଧନ୍ୟବାଦ ଜଣାଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.