banner
Breaking

ବଢିବ ଶୀତ

0

ଭୁବନେଶ୍ୱର, ୧୬।୧୨(ବ୍ୟୁରୋ): ରାଜ୍ୟରେ ଆସନ୍ତା ୫ଦିନ ଯାଏ ପାଗ ମୁଖ୍ୟତଃ ଶୁଖିଲା ରହିବ। କିନ୍ତୁ ଶୀତର ପ୍ରକୋପ ବଢ଼ିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ଉତ୍ତର-ପଶ୍ଚିମ ତଥା ଉତ୍ତର ଦିଗରୁ ଓଡ଼ିଶା ମଧ୍ୟକୁ ବୁଧବାରଠାରୁ ଥଣ୍ଡା ଶୁଷ୍କ ବାୟୁ ପ୍ରବେଶ କରିଛି। ତେଣୁ ଆଗାମୀ ୪ରୁ ୫ ଦିନ ଯାଏ ରାତ୍ରକାଳୀନ ତାପମାତ୍ର ୨ ରୁ ୩ ଡିଗ୍ରୀ ଯାଏ କମିବ ଓ ଶୀତର ପ୍ରକୋପ ବଢ଼ିବ। ତେବେ ଉପରିଭାଗରେ ଜଳୀୟବାଷ୍ପର ବ୍ୟାପକ ଉପସ୍ଥିତି ଯୋଗୁ ରାଜ୍ୟରେ ପ୍ରାୟ ଅଞ୍ଚଳରେ ଦିନ ତାପମାତ୍ରା ସ୍ବାଭାବିକଠାରୁ କମ୍‌ ସହ ପାଗ ଧୂଆଁଳିଆ ରହିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।
ସେପଟେ ବୁଧବାର ଉପକୂଳ ଓଡ଼ିଶାରେ ରାତ୍ରକାଳୀନ ତାପାମାତ୍ରା ୦.୫ରୁ ୧.୫ ଡିଗ୍ରୀ ଯାଏ ତଳକୁ ଖସିଥିବାବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ୦.୫ରୁ ୨ ଡିଗ୍ରୀ ଯାଏ ତଳକୁ ଖସିଛି। ୧୯ ସ୍ଥାନରେ ରାତ୍ରକାଳୀନ ତାପମାତ୍ରା ୧୫ ଡିଗ୍ରୀ ତଳେ ରେକର୍ଡ କରାଯାଇଛି। ଦାରିଙ୍ଗବାଡ଼ିରେ ସର୍ବନିମ୍ନ ୭.୫ ଡିଗ୍ରୀ ଓ ସମତଳ ଅଞ୍ଚଳ ମଧ୍ୟରେ ଫୁଲବାଣୀରେ ସର୍ବନିମ୍ନ ୧୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିଭଳି ଝାରସୁଗୁଡ଼ାରେ ୧୦.୮, କେନ୍ଦୁଝର ୧୧.୨, ଟିଟିଲାଗଡ଼ ୧୧.୩, ସୁନ୍ଦରଗଡ଼ ୧୨, ସୋନପୁର ୧୨.୪, ଭବାନୀପାଟଣା ୧୨.୯, ଚାନ୍ଦବାଲି ୧୩.୨, ହୀରାକୁଦ ୧୩.୨, ବଲାଙ୍ଗୀର ୧୩.୬, କୋରାପୁଟ ୧୩.୮, ବାରିପଦା ୧୪, ସମ୍ବଲପୁର ୧୪, ତାଳଚେର ୧୪, କଟକ ୧୪.୫, ଭୁବନେଶ୍ୱର ୧୪.୫, ବାଲେଶ୍ୱର ୧୪.୬, ଅନୁଗୋଳ ୧୪.୬, ନୟାଗଡ଼ ଓ ବୌଦ୍ଧରେ ୧୫, ମାଲକାନଗିରି ୧୫.୫, ପାରାଦୀପ ୧୬.୮, ଗୋପାଳପୁର ୧୭.୨, ଛତ୍ରପୁର ୧୮, ପାରଳାଖେମୁଣ୍ଡି ୧୮, ପୁରୀ ୧୮.୧ ଓ ରାୟଗଡ଼ାରେ ୧୯.୨ ଡିଗ୍ରୀ ତାପମାତ୍ରା ରହିଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

Khansweb Solution Bhubaneswar

Leave A Reply

Your email address will not be published.