banner
Breaking

କମିବ ଶୀତ

0

ଭୁବନେଶ୍ୱର : ରାଜ୍ୟରେ ଗତ କିଛିଦିନ ହେବ ଶୀତର ପ୍ରକୋପ ବୃଦ୍ଧି ପାଇଥିଲା। ତେବେ ମଙ୍ଗଳବାରଠାରୁ ଶୀତ କମିବା ଆରମ୍ଭ କରିଛି। ପାରଦ ଉପରମୁହାଁ ହୋଇଛି। ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରୀ ସେଲ୍‌ସିୟସ ଯାଏ ବଢ଼ିଛି । ମଙ୍ଗଳବାର ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ କୋରାପୁଟ ୬, ଝାରସୁଗୁଡ଼ା ୭.୮, କେନ୍ଦୁଝର ୯.୩, ସୁନ୍ଦରଗଡ ୮.୫, ଭବାନୀପାଟଣା ୮.୮, ଦାରିଙ୍ଗବାଡି ୮.୫, ଢେଙ୍କାନାଳ ୮, ନବରଙ୍ଗପୁର ୯.୨, ରାଉରକେଲାରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି।
୧୨ ତାରିଖରୁ ସର୍ବନିମ୍ନ ତାପମାତ୍ରା ଆହୁରି ବଢ଼ିବ। ଆସନ୍ତା ୧୯ ତାରିଖ ଯାଏ ହାଲୁକା ଶୀତ ରହିବ। ବୁଧବାର ରାଜ୍ୟର କେତେକ ସ୍ଥାନରେ କୁହୁଡ଼ି ହେବ। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ କନ୍ଧମାଳ, କୋରାପୁଟ, ଗଞ୍ଜାମ, ବୌଦ୍ଧ, ପୁରୀ, ଖୋର୍ଦ୍ଧା, କଟକ, ଅନୁଗୋଳ, ଢେଙ୍କାନାଳ ଆଦି ଜିଲାର କେତେକ ସ୍ଥାନରେ କୁହୁଡ଼ି ହେବାର ସମ୍ଭାବନା ରହିଛି।

Khansweb Solution Bhubaneswar

Leave A Reply

Your email address will not be published.