banner
Breaking

ଶୀତରେ ଥରୁଛି ଓଡ଼ିଶା

0

ଭୁବନେଶ୍ୱର : ଶୀତରେ ଥରୁଛି ସାରା ଓଡିଶା। ଗତ କିଛି ଦିନ ହେବ ରାଜ୍ୟର ଅଧିକାଂଶ ସ୍ଥାନରେ ଜାରି ରହିଛି ପ୍ରବଳ ଥଣ୍ଡାର ପ୍ରକୋପ। ତେବେ ଆହୁରି ୨ ରୁ ୩ ଦିନ ଯାଏ ଜାଡରେ ଥରିବ ଅଧିକାଂଶ ଜିଲା। ୨ ରୁ ୩ ଦିନ ଯାଏଁ ରାତି ତାପମାତ୍ରା ସ୍ୱାଭାବିକଠାରୁ ୩ ରୁ ୫ ଡିଗ୍ରୀ କମିବ। ତାପମାତ୍ରା ୩ ରୁ ୫ ଡିଗ୍ରୀ କମିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଶୀତ ଲହରି ନେଇ ଆଜି ଓ କାଲି କିଛି ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କାଲି ସକାଳ ପର୍ଯ୍ୟନ୍ତ ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ ,କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଅନୁଗୁଳ, ଢେଙ୍କାନାଳକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.