banner
Breaking

୨୫ ରୁ ପୁଣି ଫେରିବ ଶୀତ

0

ଭୁବନେଶ୍ୱର : ଗତ କିଛିଦିନ ଧରି ଶୀତର ପ୍ରକୋପ ସାମାନ୍ୟ ବଢ଼ିଥିବା ବେଳେ ସୋମବାରଠାରୁ ପୁଣି ହ୍ରାସ ପାଇଛି। ସର୍ବନିମ୍ନ ତାପମାତ୍ରାରେ ୩ରୁ ୪ ଡିଗ୍ରୀ ସେଲ୍‌ସିୟସ ବୃଦ୍ଧି ହୋଇଛି। ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ଉପରେ ରହିଛି।
ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂଚନା ଅନୁଯାୟୀ ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୧୩.୫ ଡିଗ୍ରୀ ସେଲ୍‌ସିୟସ ଥିବାବେଳେ ସୁନ୍ଦରଗଡ଼ ୧୩.୫, ଝାରସୁଗୁଡ଼ା ୧୪.୨ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପାଗ ଶୁଖିଲା ରହିବ। ତାମିଲନାଡୁ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ପାଗ ମେଘୁଆ ରହିବ। ଆସନ୍ତା ୨୫ରୁ ପୁଣି ଶୀତ ବଢ଼ିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.