banner
Breaking

ବଢିବ ଶୀତ

0

ଭୁବନେଶ୍ବର,୨/୧(ବ୍ୟୁରୋ): ଦାରିଙ୍ଗବାଡିରେ ରାତି ତାପମାତ୍ରା ହ୍ରାସ ପାଉଛି। ଦୁଇଦିନ ହେଲା ଏଠାରେ ସର୍ବନିମ୍ନ ତାପମାତ୍ରା କମୁଛି। ଫଳସ୍ବରୂପ ଅଞ୍ଚଳରେ ସ୍ବାଭାବିକ ଶୀତ ଅନୁଭୂତ ହେଉଛି। ଗତକାଲି ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୮.୫ ଡିଗ୍ରୀ ରହିଥିଲା। ପାଣିପାଗ ବିଭାଗର ପୂର୍ବାନୁମାନ ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ।
ପରବର୍ତ୍ତୀ ସମୟରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବା ସମ୍ଭାବନା ନାହିଁ। ୩ ତାରିଖରୁ ଶୀତ ଲହରୀ ଅନୁଭୂତ ହୋଇପାରେ। ଏହାକୁ ନେଇ ପାଣିପାଗ ବିଭାଗ କେତେକ ଜିଲାକୁ ସତର୍କ ସୂଚନା ଜାରି କରିଛି। ଶନିବାର ସକାଳେ ଅନୁଗୋଳ, ଭବାନୀପାଟଣା, କୋରାପୁଟ ଏବଂ ଫୁଲବାଣୀରେ ଘନ କୁହୁଡି ଦୃଶ୍ୟମାନ ହୋଇଥିବା ବେଳେ ଭୁବନେଶ୍ବରରେ ହାଲୁକା କୁହୁଡି ପଡିଛି। ସକାଳ ୯ଟା ପର୍ଯ୍ୟନ୍ତ ପାଗ କୋହଲା ରହିଥିଲା। ପବନ ବହିବା ସହିତ ଶୀତ ମଧ୍ୟ ଅନୁଭୂତ ହେଉଥିଲା। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଅଞ୍ଚଳରେ କୁହୁଡି ଦୃଶ୍ୟମାନ ହେବା ସମ୍ଭାବନା ରହିଛି। ଟିଟିଲାଗଡରେ ସର୍ବନିମ୍ନ ତାପମାତ୍ରା ୧୦.୮ ଡିଗ୍ରୀ, ଭୁବନେଶ୍ବରରେ ୧୫.୪ ଡିଗ୍ରୀ ଏବଂ କଟକରେ ୧୫ ଡିଗ୍ରୀ ସେଲସିୟସ୍‌ ରାତି ତାପମାତ୍ରା ରେକର୍ଡ କରାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.