banner
Breaking

ଓଡିଶାରେ ଅନଲାଇନରେ କାଲିଠାରୁ ମିଳିବ ମଦ।

0

ଭୁବନେଶ୍ୱର,୨୩।୫(ଓଡ଼ିଆ ନ୍ୟୁଜ): ରବିବାରଠାରୁ ଅନ୍‌ଲାଇନ୍‌ରେ ମିଳିବ ମଦ। ଏଥିନେଇ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ଅନ୍‌ ଓ ଅଫ୍‌ ଲାଇସେନ୍ସ ପ୍ରାପ୍ତ ଦୋକାନୀ ହୋମ୍‌ ଡେଲିଭରି କରିପାରିବେ। କଣ୍ଟେନ୍‌ମେଣ୍ଟ ଜୋନ୍‌ ବ୍ୟତିତ ଅନ୍ୟ ସବୁଠାରେ ହୋମ୍‌ ଡେଲିଭରି କରାଯିବ। ହେଲେ ବିଦେଶୀ ମଦ ଓ ବିୟର ଉପରେ କୋଭିଡ ଫି’ ଲଗାଇଛନ୍ତି ସରକାର। ଯାହା ଏମ୍‌ଆର୍‌ପି ଅଛି, ତା ଉପରେ ୫୦% କୋଭିଡ ଫି’ ଲାଗିବ। ଏହି ଫି’ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଖର୍ଚ୍ଚରେ ଲାଗିବ। ଅନ୍‌ ଓ ଅଫ୍‌ ଲାଇସେନ୍ସ ପ୍ରାପ୍ତ ଦୋକାନ ଅର୍ଡର ପାଇଁ ଡିସ୍‌ପ୍ଲେ ରଖିବେ। ଡିସ୍‌ପ୍ଲେରେ ଫୋନ୍‌ ନଂ, ହ୍ବାଟ୍ସଆପ୍‌ ନଂ,ଇମେଲ୍‌ ଆଇଡି ରହିବ। ଦୋକାନ ବାହାରେ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ରହିବ ବୋଲି ଜଣାପଡ଼ିଛି।
ଜଣେ ଗ୍ରାହକ ସର୍ବାଧିକ ୫ ଲିଟର ବିୟର ଓ ସର୍ବାଧିକ ଅଢ଼େଇ ଲିଟର ମଦ ପାଇଁ ଅର୍ଡର ଦେଇପାରିବେ । ମଦ ଦୋକାନୀ ଡେଲିଭରି ବୟ ରଖି ମଦ ହୋମ୍‌ ଡେଲିଭରି କରିପାରିବେ । ମଦ ଯୋଗାଣକାରୀ ପିଲା ସାମାଜିକ ଦୂରତ୍ୱକୁ ଭଲ ଭାବେ ପାଳନ କରିବେ । ସକାଳ ୭ଟାରୁ ଦିନ ୧ଟା ମଧ୍ୟରେ ଅନ୍‌ଲାଇନ୍‌ରେ ଅର୍ଡର ନିଆଯିବ । ସନ୍ଧ୍ୟା ୬ଟା ମଧ୍ୟରେ ଡେଲିଭରି କରାଯାଇ ପାରିବ । ଯଦି ଅଧିକ ଡେଲିଭରି ରହିଛି, ପରଦିନ କରାଯାଇପାରିବ । ଅନ୍ୟପଟେ ସର୍ବନିମ୍ନ ୫୦୦ ଟଙ୍କାର ମଦ କିଣିବା ବାଧ୍ୟତାମୂଳକ ।

୫ଶହ ଟଙ୍କା ମୂଲ୍ୟର ମଦ ପାଇଁ ୫୦ ଟଙ୍କା ଡେଲିଭରି ଚାର୍ଜ ପଡ଼ିବ । ୫୦୧ରୁ ହଜାରେ ପାଇଁ ୧୦୦ ଟଙ୍କା । ହଜାରେରୁ ୧୫୦୦ ପାଇଁ ୧୨୫ ଟଙ୍କା । ୧୫୦୧ରୁ ଦୁଇ ହଜାର ପାଇଁ ୧୫୦ ଟଙ୍କା । ୨୦୦୧ରୁ ଅଢ଼େଇ ହଜାର ପାଇଁ ୧୭୫ଟଙ୍କା । ୨୫୦୧ରୁ ୩ହଜାର ପାଇଁ ୨ଶହ ଟଙ୍କା । ୩୦୦୧ରୁ ୩୫ଶହ ପର୍ଯ୍ୟନ୍ତ ୨୨୫ଟଙ୍କା ଓ ୩୫୦୧ରୁ ୪ହଜାର ପର୍ଯ୍ୟନ୍ତ ଏବଂ ତାଠାରୁ ଅଧିକ ପାଇଁ ୨୫୦ ଟଙ୍କା ଡେଲିଭରି ଚାର୍ଜ ପଡ଼ିବ ।

Khansweb Solution Bhubaneswar

Leave A Reply

Your email address will not be published.