banner
Breaking

ଚଢା ଦରରେ ବିକ୍ରି ହେଉଛି ମଦ, ଏସଓପି ମାନୁ ନାହାନ୍ତି ଦୋକାନୀ

0

ଖୋର୍ଦ୍ଧା,୨୪ା୧୨: ଖୋର୍ଦ୍ଧା ଜିଲାରେ ମଦ ବିକ୍ରେତା ମାନୁନାହାନ୍ତି ଅବକାରୀ ବିଭାଗର ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ ପ୍ରେସିଡିଓର (ଏସ୍‌ଓପି)। ଧାର୍ଯ୍ୟ ଦରଠାରୁ ଚଢ଼ା ଦରରେ ବିକ୍ରି କରୁଛନ୍ତି। ଦୋକାନ ଆଗରେ କୌଣସି ଦର ତାଲିକା ଝୁଲା ଯାଉନାହିଁ। ଗ୍ରାହକ ବିଲ୍‌ ମାଗିଲେ ଦିଆଯାଉନାହିଁ। ଜଟଣୀ ଥାନା ଛକ ନିକଟ ଏକ ବାରରେ ଜଣେ ଗ୍ରାହକ ଧାର୍ଯ୍ୟ ଦର ଠାରୁ କାହିଁକି ଅଧିକ ଟଙ୍କା ନିଆଯାଉଛି, ବିଲ୍‌ କାହିଁକି ଦେବେ ନାହିଁ ବୋଲି ଦୋକାନୀ ସହ ଯୁକ୍ତିତର୍କ କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣା ପଦାକୁ ଆସିଛି। ମଦ ବିକ୍ରେତା ଏବଂ ଅବକାରୀ ବିଭାଗର କେତେଜଣ ଅସାଧୁ କର୍ମଚାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ଗ୍ରାହକ ଶୋଷଣର ଶିକାର ହେଉଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏଭଳି କାରବାର ଚାଲିଥିବା ବେଳେ ସେଭଳି କୌଣସି ଅଭିଯୋଗ ନ ଥିବା କହି ଏହାକୁ ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି। ଆଗକୁ ନୂଆ ବର୍ଷ ଆସୁଥିବାରୁ ମଦ ଦୋକାନ ଆଗରେ ଗ୍ରାହକଙ୍କ ଭିଡ ଜମୁଛି। ମଦ ଦୋକାନଗୁଡିକ ଅବାକରୀ ବିଭାଗର ଏସ୍‌ଓପିକୁ ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳିଛି। ଏନେଇ ଜିଲା ଅବକାରୀ ଅଧୀକ୍ଷକ ଯଶକେତନ ବରିଆ କହିଛନ୍ତି, ମଦ ଦୋକାନଗୁଡିକୁ ଏସ୍‌ଓପି ଜାରି କରାଯାଇଛି। ଦୋକାନ ଆଗରେ ଦର ତାଲିକା ଏବଂ ସିସିଟିଭି ସର୍ଭେଲାନ୍ସରେ ରହିବ। କର୍ମଚାରୀମାନେ ୟୁନିଫର୍ମ ପରିଧାନ କରିବା ଲାଗି ଗାଇଡ୍‌ଲାଇନ ରହିଛି। ଜଟଣୀରେ ଭାଇରାଲ ଭିଡିଓ ହସ୍ତଗତ ହୋଇଛି। ଏହାକୁ ଯାଞ୍ଚ କରାଯିବ। ଏନେଇ ଅବକାରୀ ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଏହି ଟିମ୍‌ ସମସ୍ତ ମଦ ଦୋକାନରେ ଯାଞ୍ଚ କରିବେ। ଏସ୍‌ଓପି ଉଲ୍ଲଂଘନ କରାଯାଉଥିବା ଅଭିଯୋଗ ପ୍ରମାଣିତ ହେଲେ ଅବକାରୀ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ନିଆଯିବ।

Khansweb Solution Bhubaneswar

Leave A Reply

Your email address will not be published.