ଜେନେଭା,:- ସାରା ବିଶ୍ବ କରୋନା କବଳରେ ଘାଣ୍ଟି ଚକଟି ହେଉଥିବା ବେଳେ ଆସିଛି ଏକ ଆଶ୍ବସ୍ତିକର ଖବର।ଏ ବର୍ଷ ଶେଷ ସୁଦ୍ଧା ମିଳିପାରେ କରୋନା ଟୀକା। ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ (ହୁ)ର ମୁଖ୍ୟ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।ମହାମାରୀ ଉପରେ କାର୍ଯ୍ୟନିର୍ବାହୀ ବୋର୍ଡର ଦୁଇ ଦିନିଆ ବୈଠକ ଶେଷରେ ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡାନୋମ୍ ଘେବ୍ରିୟସ କହିଛନ୍ତି ଯେ କରୋନା ଦୂର ନିମନ୍ତେ ଆମର ଟୀକା ଆବଶ୍ୟକ ଏବଂ ଚଳିତ ବର୍ଷ ଶେଷ ସୁଦ୍ଧା ଆମର ପାଖରେ ଟୀକା ପହଞ୍ଚିପାରେ ।




