banner
Breaking

ହ୍ବାଟ୍ସଆପରେ ହେବ ଅନେକ ପରିବର୍ତନ

0

ନୂଆଦିଲ୍ଲୀ : ହ୍ୱାଟ୍ସଆପ୍‌ରେ ଅନେକ ପରିବର୍ତ୍ତନ ହେବା ପାଇଁ ଯାଉଛି । ଏହାର ବ୍ୟବହାରକାରୀଙ୍କୁ ଆପ୍‌ରେ ଅନେକ ନୂଆ ଅପସନ୍‌ ମିଳିବ । ହ୍ୱାଟ୍ସଆପ୍‌ର ବିଟା ଭର୍ସନରେ ଏହା ଏବେ ଉପଲବ୍ଧ । ଏବେ ଏହି ସବୁ ନୂଆ ଫିଚର୍‌ର ପରୀକ୍ଷଣ କରାଯାଉଛି ।
ହ୍ୱାଟ୍ସଆପ୍‌ର ଡ୍ରଇଂ ଟୁଲ୍‌ରେ ଏବେ ପରିବର୍ତ୍ତନ କରାଯାଉଛି । ଏଥିରେ ରିଡିଜାଇନ୍ଡ୍‌ ଟେକ୍ସଟ୍‌ ଅପସନ୍‌ ରହିବ । ଟେକ୍ସ୍‌ଟ୍‌ ଏଡିଟର ସାହାଯ୍ୟରେ ଏହାକୁ ଏଡିଟ୍‌ କରିହେବ । ଏହା ସହ ଫଟୋ ପଠାଇବା ପୂର୍ବରୁ ଏହାକୁ ଏଡିଟ୍‌ କରିହେବ । ପୂର୍ବରୁ ଏଡିଟ୍‌ ଅପସନ୍‌ ରହିଥିଲା । ଏବେ ଏଥିରେ ମଧ୍ୟ ଡ୍ରଇଂ ଟୁଲ୍‌ ଉପଲବ୍ଧ ହେବ । ଏହା ସହ ଟେକ୍ସ୍‌ଟ୍‌ ଏଡିଟର ରହିବ ।
ପୂର୍ବରୁ ଫଟୋ ପ୍ରେରଣ କରିବା ସମୟରେ ଏହାର ମାନ ବା କ୍ୱାଲିଟି ହ୍ରାସ ପାଉଥିଲା । ଏବେ ପୂର୍ବ ବା ଅରିଜିନାଲ୍‌ କ୍ୱାଲିଟିରେ ଫଟୋ ପଠାଇ ପାରିବେ । ଏହା ସହ ଷ୍ଟାଟସ୍‌ରେ ଅଡିଓ ନୋଟ୍‌ ଲଗାଇପାରିବେ।

Khansweb Solution Bhubaneswar

Leave A Reply

Your email address will not be published.