banner
Breaking

ନିଷ୍ପତ୍ତି ବଦଳାଇଲା ହ୍ବାଟ୍ସଆପ୍ ।

0

ନୂଆଦିଲ୍ଲୀ,୧୬।୧(ବ୍ୟୁରୋ): ମେସେଜିଂ ଆପ୍‌ ହ୍ବାଟ୍ସଆପ୍‌ର ନୂଆ ପ୍ରିଭେସି ପଲିସି ଅପ୍‌ଡେଟ୍‌ କରିବାର ଘୋଷଣା କରିଥିଲା। ଏହାକୁ ନେଇ ବ୍ୟବହାରକାରୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଏପରିକି ଲୋକମାନେ ଅନ୍ୟ ଆପ୍‌ଆଡକୁ ମୁହାଁଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ହ୍ବାଟ୍ସଆପ୍‌ ଏବେ ନିଜର ପ୍ରିଭେସି ଅପ୍‌ଡେଟ୍‌କୁ ସ୍ଥଗିତ ରଖିବାକୁ ଘୋଷଣା କରିଛି।

ଉପଭୋକ୍ତାଙ୍କୁ ନୀତି ସମୀକ୍ଷା ଏବଂ ସର୍ତ୍ତାବଳୀ ଗ୍ରହଣ କରିବାକୁ ଅଧିକ ସମୟ ଦିଆଯିବ। ମାତ୍ର ଏବେ ପ୍ରିଭେସି ଅପ୍‌ଡେଟ୍‌କୁ ନେଇ ଲୋକମାନଙ୍କ ମଧ୍ୟରେ ଭୁଲ ଧାରଣା କାରଣରୁ ବ୍ୟାପିଥିବା ଚିନ୍ତା ଯୋଗୁ କମ୍ପାନୀ ଏହାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିବା କୁହାଯାଇଛି।

ହ୍ବାଟ୍ସଆପ୍‌ ଏବେ ତାରିଖ ପ୍ରତ୍ୟାହାର କରୁଛି, ଯେଉଁଥିରେ ଲୋକଙ୍କୁ ସର୍ତ୍ତାବଳୀ ସମୀକ୍ଷା ଓ ଗ୍ରହଣ କରିବାକୁ କୁହାଯାଇଥିଲା। ଫେବୃୟାରୀ ୮ରେ କୌଣସି ଖାତା ସସପେଣ୍ଡ କିମ୍ବା ଡିଲିଟ୍‌ ହେବ ନାହିଁ। ଲୋକମାନଙ୍କ ମନରୁ ହ୍ବାଟ୍ସଆପ୍‌କୁ ନେଇ ଥିବା ଚିନ୍ତା ଏବଂ ଭୁଲ ତଥ୍ୟକୁ ଦୂର କରିବାକୁ କମ୍ପାନୀ ବହୁତ କରିବାକୁ ଯାଉଛି। ମେ ୧୫ରେ ନୂଆ ବାଣିଜ୍ୟ ବିକଳ୍ପ ଉପଲବ୍ଧ ହେବା ପୂର୍ବରୁ ନୀତିର ସମୀକ୍ଷା କରିବାକୁ କମ୍ପାନୀ ଲୋକଙ୍କ ପାଖକୁ ଯିବ ବୋଲି ମଧ୍ୟ କୁହାଯାଉଛି।

Khansweb Solution Bhubaneswar

Leave A Reply

Your email address will not be published.