banner
Breaking

ହ୍ବାଟସଆପ ଆଣିଲା ନୂଆ ଗୋପନୀୟତା ବୈଶିଷ୍ଟ୍ୟ

0

ନୂଆଦିଲ୍ଲୀ, ୧୪।୧୨: ହ୍ବାଟସଆପ୍‌ ପକ୍ଷରୁ ଏକ ନୂତନ ଗୋପନୀୟତା ବୈଶିଷ୍ଟ୍ୟକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହା ଅଜଣା ବ୍ୟକ୍ତିଙ୍କୁ ୟୁଜରଙ୍କ ଲାଷ୍ଟ୍‌ ସିନ୍‌ ଦେଖିବା ଏବଂ ଅନଲାଇନ ସ୍ଥିତିକୁ ଦେଖିବାକୁ ଦେବ ନାହିଁ। ଏହି ନୂତନ ବୈଶିଷ୍ଟ୍ୟ ଉଭୟ ଆଣ୍ଡ୍ରଏଡ ଏବଂ ଆଇଓଏସ ସକ୍ଷମ ଡିଭାଇସ ପାଇଁ ରୋଲ ଆଉଟ ହୋଇଛି। ୱେବଟାଇମ୍ଫୋ ରିପୋର୍ଟ ଅନୁଯାୟୀ ଆଣ୍ଡ୍ରଏଡରେ ଗୁଗୁଲ ପ୍ଲେ ଷ୍ଟୋର ଏବଂ ଆଇଓଏସରେ ଆପଲ ଆପ ଷ୍ଟୋର୍‌ର କେତେକ ଥାର୍ଡ ପାର୍ଟି ଆପ ୟୁଜରଙ୍କ ’ଅନଲାଇନ’ ସ୍ଥିତି ସମୟ ଏବଂ ’ଶେଷ ଦେଖାଯାଇଥିବା ସିନ୍‌’ ସମୟକୁ ଲଗ କରିବା ଲାଗି ଆକ୍ସେସ୍‌ କରିବାର ଆଶଙ୍କା ରହିଥାଏ।

ଏଭଳି ଆପ୍‌ ଗୁଡ଼ିକୁ ଯେପରି ୟୁଜରଙ୍କ ଡାଟା ଆକ୍ସେସ୍‌ ନ କରିପାରିବେ ସେଥିପାଇଁ ହ୍ବାଟସ୍‌ ଆପ୍‌ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ପ୍ରଣୟନ କରାଯାଇଛି।

ୱେବଟାଇମ୍ଫୋ ଅନୁଯାୟୀ, ଉପଭୋକ୍ତାଙ୍କୁ ସୁରକ୍ଷା ଦେବା ପାଇଁ ଏହି ନୂତନ ବୈଶିଷ୍ଟ୍ୟ ଅଣାଯାଇଛି। ଫଳରେ ଥାର୍ଡ ପାର୍ଟି ଆପ୍‌ ୟୁଜରଙ୍କ ଅନ୍‌ଲାଇନ୍‌ ତଥ୍ୟ ଆଉ ଦେଖିପାରିବେନି। ହ୍ବାଟସ୍‌ ଆପ ନିକଟରେ ଘୋଷଣା କରିଛି ଯେ ଏହାର ୟୁଜରମାନେ ସମସ୍ତ ନୂତନ ଚାଟ ପାଇଁ ଡିଫଲ୍ଟ ଭାବରେ ଅଦୃଶ୍ୟ ବାର୍ତ୍ତା ଟର୍ନ ଅନ କରିବାର ବିକଳ୍ପ ପାଇବେ।

ମେଟା ଦ୍ୱାରା ପରିଚାଳିତ ପ୍ଲାଟଫର୍ମ କହିଛି ଯେ ଏହା ଅଦୃଶ୍ୟ ବାର୍ତ୍ତା ପାଇଁ ୭ ଦିନର ବିଦ୍ୟମାନ ବିକଳ୍ପ ସହିତ ୨୪ ଘଣ୍ଟା ଏବଂ ୯୦ଦିନର ଦୁଇଟି ନୂତନ ବିକଳ୍ପ ଅନ୍ତର୍ଭୁକ୍ତ କରିଛି। ହ୍ବାଟସ୍‌ ଆପ ଏକ ବିବୃତ୍ତିରେ କହିଛି, ସମସ୍ତ ଚାଟ ଯାହା ୟୁଜର କିମ୍ବା ଅନ୍ୟ କେହି ଆରମ୍ଭ କରିଥାନ୍ତି ତାହା ୟୁଜରଙ୍କ ମନୋନୀତ ସମୟ ମଧ୍ୟରେ ଅଦୃଶ୍ୟ ହୋଇଯିବ।

ଗ୍ରୁପ୍‌ ଚାଟ ଲାଗି ଏଥିରେ ଏକ ନୂତନ ବିକଳ୍ପ ଯୋଡାଯାଇଛି। ଏହି ନୂତନ ବୈଶିଷ୍ଟ୍ୟ ସମ୍ପୂର୍ଣ୍ଣ ଇଛାଧିନ। ଏହାଦ୍ୱାରା ୟୁଜରଙ୍କର କୌଣସି ବିଦ୍ୟମାନ ଚାଟ ପରିବର୍ତ୍ତନ କିମ୍ବା ବିଲୋପ ହେବ ନାହିଁ ବୋଲି କମ୍ପାନୀ କହିଛି।

Khansweb Solution Bhubaneswar

Leave A Reply

Your email address will not be published.