banner
Breaking

୮ ଦିନ ମେଘୁଆ ପାଗ ସହିତ ଶୀତ ବଢିବ

0

ଭୁବନେଶ୍ୱର,୧୦ା୧୨(ବ୍ୟୁରୋ): ଓଡ଼ିଶା ଉପରେ ଏକ ଟ୍ରପ୍‌ ଲାଇନ ରହିଛି। ଏଥିସହିତ ଉପକୂଳରେ ଏକ ଗୁରୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଗୁରୁଚାପ ଯୋଗୁ ସମୁଦ୍ରରୁ ଜଳୀୟ ବାଷ୍ପ ସ୍ଥଳଭାଗକୁ ଆସିବା ଯୋଗୁ ଗୁରୁବାର ଗଞ୍ଜାମ, ଗଜପତି, ନୟାଗଡ଼, କନ୍ଧମାଳ, ପୁରୀ, ଖୋର୍ଦ୍ଧା, କଟକ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ାରେ ଝିପିଝିପି ବର୍ଷା ହୋଇଛି। ଏଥିଯୋଗୁ ଆସନ୍ତା ୮ ଦିନ ଯାଏ ଆକାଶ ମେଘୁଆ ରହିବ। ସର୍ବନିମ୍ନ ତାପମାତ୍ରା ୪ରୁ ୫ ଡିଗ୍ରୀ ସେଲସିୟସ ତଳକୁ ଖସି ଯିବ। ଶୁକ୍ରବାରଠାରୁ ରାଜ୍ୟରେ ଶୀତ ବଢ଼ିବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି।
ନିକଟରେ ହୋଇଥିବା ଲଘୁଚାପଜନିତ ବର୍ଷାରେ ପାଚିଲା ଧାନ ଭାସୁଥିବା ବେଳେ ମେଘୁଆ ପାଗ ସାଙ୍ଗକୁ ଝିପିଝିପି ବର୍ଷା ଚାଷୀଙ୍କ ସମସ୍ୟାକୁ ବଢ଼ାଇ ଦେଇଛି। ପାଗ ଶୁଖିଲା ହେଉ ନ ଥିବାରୁ ଧାନ ଗଜା ହେବା ଆଶଙ୍କା ବଢ଼ିଯାଇଛି

Khansweb Solution Bhubaneswar

Leave A Reply

Your email address will not be published.