banner
Breaking

ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୁର୍ଣ୍ଣିବଳୟ

0

ଭୁବନେଶ୍ୱର :  ଆଜି ସକାଳ ୮.୩୦ରେ ଉତ୍ତରପୂର୍ବ ବଙ୍ଗୋପସାଗର ଏବଂ ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ରବିବାର ଏହା ଲଘୁଚାପର ରୂପ ନେବ । ଆସନ୍ତା ୯ ତାରିଖ ସକାଳେ ଅବପାତ ପରେ ବାତ୍ୟାର ରୂପ ପରିଣତ ହେବା ନେଇ ଆଶଙ୍କା ରହିଛି। ଏବେ ସୁଦ୍ଧା ଗତିପଥ ସ୍ପଷ୍ଟ ହୋଇନାହିଁ । ଲଘୁଚାପ ସୃଷ୍ଟି ହେଲେ ଗତିପଥ ସ୍ପଷ୍ଟ ହେବ । ବର୍ତ୍ତମାନ କୌଣସି ଉପକୂଳ ପାଇଁ କୌଣସି ଚେତାବନୀ ନାହିଁ ।

ଏହାର ପ୍ରଭାବରେ ୮ରୁ ୧୨ ତାରିଖ ପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ ମଧ୍ୟମ ଧରଣର ଏବଂ ସ୍ଥାନେ ସ୍ଥାନେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୮ରୁ ୧୧ ତାରିଖ ପର୍ଯ୍ୟନ୍ତ ବିକ୍ଷିପ୍ତ ବର୍ଷା ସାଙ୍ଗକୁ ସ୍ଥାନେ ସ୍ଥାନେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ୧୦ ତାରିଖ ଦିନ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ କହିଛି।

୭ ତାରିଖ ପରଠାରୁ ଦକ୍ଷିଣପୂର୍ବ ବଙ୍ଗୋପସାଗର ଏବଂ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ ଓ ଆଣ୍ଡାମାନ ସାଗର ଉପରେ ଘଣ୍ଟାପ୍ରତି ୬୦ କିଲୋମିଟର୍‌ ତୀବ୍ର ଝଟକା ସହିତ ୪୦ରୁ ୫୦ କିଲୋମିଟର୍‌ ବେଗରେ ପବନ ବହିବ।

Khansweb Solution Bhubaneswar

Leave A Reply

Your email address will not be published.