ତାତିରୁ ମିଳିଲା ମୁକ୍ତି

ଭୁବନେଶ୍ୱର : ରାଜ୍ୟରେ ହଠାତ୍‌ ପାଗ ବଦଳିଯାଇଛି। କାଳବୈଖାଖୀଜନିତ ବର୍ଷା ଓ ପବନ ପ୍ରଚଣ୍ଡ ରୌଦ୍ରତାପରେ ବ୍ରେକ୍‌ ଲଗାଇଛି। ଗତ କିଛିଦିନ ହେବ ଲାଗି ରହିଥିବା ଗରମ ଜ୍ୱାଳାରୁ ସାରା ରାଜ୍ୟ ମୁକ୍ତ ହୋଇଛି। ଅଧିକାଂଶ ସ୍ଥାନରେ ଝଡ଼ବର୍ଷା ହେବାରୁ ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ମିଳିଛି। ଆକାଶ ମେଘୁଆ ରହିବା ସହ ଜୋରରେ ପବନ ବହିବା ଯୋଗୁ ଦିନତମାମ ପରିବେଶ ଥଣ୍ଡା ରହିଥିଲା। ଏଥିସହ ବିଭିନ୍ନ ଜିଲାରେ ହାଲୁକା ବର୍ଷା ହୋଇଥିବା ସୂଚନା ମିଳିଛି।