banner
Breaking

ଆଜି ୧୩ ଜିଲ୍ଲାରେ ବର୍ଷା ପବନ

0

ଭୁବନେଶ୍ୱର : ସୋମବାର ୧୩ ଜିଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ ଗଜପତି ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ପବନର ବେଗ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମଟର ବହିବ। ଏଥିସହ ପ୍ରବଳ ବିଜୁଳି ଘଡ଼ଘଡ଼ି ମାରିବ। ଏହି ସମୟରେ କେହି ବାହାରକୁ ନ ବାହାରିବା ପାଇଁ ସତର୍କ ସୂଚନା ଦିଆଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.