banner
Breaking

୨୩ ରୁ ପୁଣି ପଶ୍ଚିମା ଝଡ

0

ଭୁବନେଶ୍ବର,୨୧।୩(ବ୍ୟୁରୋ): ରାଜ୍ୟର ୧୨ ଜିଲାକୁ କୁଆପଥର ବର୍ଷା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଜ୍ରପାତ, କୁଆପଥର ବର୍ଷା ଏବଂ ୩୦ ରୁ ୪୦ କିମି ବେଗରେ ପବନ ବହିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ସେହିସବୁ ଜିଲା ଗୁଡ଼ିକ ହେଲା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଯାଜପୁର,ଅନୁଗୁଳ, ନୟାଗଡ଼, ଦେଓଗଡ଼, ଢ଼େଙ୍କାନାଳ, ସମ୍ବଲପୁର, କେନ୍ଦୁଝର।
ସେହିପରି ଉପକୂଳ ଓଡ଼ିଶାର ୧୩ ଜିଲାରେ ବିଜୁଳି ଘଡଘଡି ବର୍ଷା ପାଇଁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ସେହି ସବୁ ଜିଲାଗୁଡ଼ିକ ହେଲା ଖୋର୍ଦ୍ଧା, ପୁରୀ, ଜଗତ୍‌ସିଂହପୁର, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ବରଗଡ଼, କଳାହାଣ୍ଡି, ନୂଆପଡ଼ା, ଝାରସୁଗୁଡ଼ା, ସୁନ୍ଦରଗଡ।
ଅନ୍ୟପକ୍ଷେ ବୁଧବାର ଠାରୁ ବର୍ଷାର ପରିମାଣ କମିବା ସହ ପୁଣି ୨୩ରୁ ରାଜ୍ୟରେ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ।

Khansweb Solution Bhubaneswar

Leave A Reply

Your email address will not be published.