banner
Breaking

୨୪ ଘଣ୍ଟା ମଧ୍ୟରେ କାଳ ବୈଶାଖୀ

0

ଭୁବନେଶ୍ୱର,୭।୩(ବ୍ୟୁରୋ): ମାର୍ଚ୍ଚ ମାସରୁ ରାଜ୍ୟରେ ଅସମ୍ଭାଳ ଗୁଳୁଗୁଳି ଅନୁଭୂତ ହେଲାଣି। ଏଥିରୁ ମୁକ୍ତି ପାଇଁ ବର୍ଷାର ଆବଶ୍ୟକ ରହିଥିବା ବେଳେ କାଳବୈଶାଖୀ ପ୍ରଭାବରେ ରାଜ୍ୟରେ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଯାହା କେତେକାଂଶରେ ଗରମରୁ ଆସ୍ବସ୍ତି ଦେବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ବୁଲେଟିନ୍‌ ଅନୁସାରେ ପଶ୍ଚିମା-ଝଡ଼ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ଭିତରେ ସୁନ୍ଦରଗଡ଼ କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା କଳାହାଣ୍ଡି ଓ କନ୍ଧମାଳ ଜିଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି, ସହ ଘଡ଼ଘଡି ବର୍ଷା ହେବାର ସମ୍ଭାବନା ରହିଛି।

Khansweb Solution Bhubaneswar

Leave A Reply

Your email address will not be published.