banner
Breaking

ବଢ଼ିବ ତାତି, ଭୁବନେଶ୍ୱର ସବୁଠାରୁ ଉତ୍ତପ୍ତ ସହର

0

ଭୁବନେଶ୍ୱର : ରାଜ୍ୟରେ ଏବେଠାରୁ ଅସମ୍ଭାଳ ହେଲାଣି ତାତି। ଫେବୃୟାରୀରେ ପାରଦ ୪୦ଡିଗ୍ରୀ ଛୁଇଁଯିବ ବୋଲି ପାଣିପାଗ ବିଭାଗ ଆକଳନ କରୁଥିବା ବେଳେ ଏବେ ରାଜ୍ୟରେ ବିଭିନ୍ନ ସ୍ଥାନରେ ତାପମାତ୍ରା ୩୭ ଡିଗ୍ରୀ ଉପରେ ରହୁଛି। ଅନ୍ୟପଟେ ରାଜଧାନୀ ଭୁବନେଶ୍ୱର ଗତ କିଛିଦିନ ହେବ ସବୁଠାରୁ ଉତ୍ତପ୍ତ ସହର ରହୁଛି। ଶୁକ୍ରବାର ଭୁବନେଶ୍ୱର ଓ ମାଲକାନଗିରିରେ ସର୍ବାଧିକ ୩୮ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିଭଳି ତାଳଚେର ୩୭.୬, ବୌଦ୍ଧ ୩୭.୬, ଅନୁଗୋଳ ୩୭.୩, ସମ୍ବଲପୁର ୩୭.୩, ବଲାଙ୍ଗୀର ୩୭.୧, ବାରିପଦା ୩୬, ଝାରସୁଗୁଡ଼ା ୩୬.୮, ସୁନ୍ଦରଗଡ଼ ୩୬, ହୀରକୁଦ ୩୬.୭, ଟିଟିଲାଗଡ଼ ୩୬.୬, ସୋନପୁର ୩୬.୩, ନୟାଗଡ଼ ୩୬, ଭଦ୍ରକ ୩୬, ଖୋର୍ଦ୍ଧାରେ ୩୬ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ତେବେ ଏହି ତାପମାତ୍ରାକୁ ଦେଖିଲେ ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ ଦିନ ତାପମାତ୍ରାରେ ଆହୁରି ୩ରୁ ୪ଡିଗ୍ରୀ ବୃଦ୍ଧି ପାଇବ ବୋଲି ପାଣିପାଗ କେନ୍ଦ୍ର ଆଶଙ୍କା କରିଛି। ତେବେ ଏହି ସମୟରେ ରାତ୍ରି ତାପମାତ୍ରାରେ କୌଣସି ବଡ଼ ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଅପରପକ୍ଷେ ଆସନ୍ତା ଦୁଇଦିନ ରାଜ୍ୟର କିଛି ସ୍ଥାନରେ ଘନ କୁହୁଡ଼ି ପରିଲକ୍ଷିତ ହେବ। ଏଥିପାଇଁ ବିଭିନ୍ନ ଜିଲାକୁ ୟେଲୋ ଓ୍ବାର୍ନିଂ ମଧ୍ୟ ଜାରି କରାଯାଇଛି। ଶନିବାର ଅନୁଗୋଳ, ଢେଙ୍କାନାଳ, କଟକ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରେ ଘନ କୁହୁଡ଼ି ଦେଖାହେବ। ଏହାଛଡ଼ା ବାଲେଶ୍ୱର, ଭଦ୍ରକ, ଯାଜପୁର, ଗଞ୍ଜାମ, ଗଜପତି, ଅନୁଗୋଳ, ଢେଙ୍କାନାଳ, କନ୍ଧମାଳ ଓ ମୟୂରଭଞ୍ଜରେ ସ୍ବଳ୍ପ ଧରଣର କୁହୁଡ଼ି ହେବ ବୋଲି ଆକଳନ କରାଯାଇଛି। ରବିବାର କଟକ, ଢେଙ୍କାନାଳ, ଜଗତ୍‌ସିଂହପୁର ଓ କେନ୍ଦ୍ରାପଡ଼ାରେ ଘନ କୁହୁଡ଼ି ହେବ ଏବଂ ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି ହୋଇଛି। ଏଥିସହିତ ବାଲେଶ୍ୱର, ଭଦ୍ରକ, ଯାଜପୁର, ଖୋର୍ଦ୍ଧା ଓ ପୁରୀରେ ମଧ୍ୟ ଅଳ୍ପ କୁହୁଡ଼ି ଅନୁଭୂତ ହେବ।

Khansweb Solution Bhubaneswar

Leave A Reply

Your email address will not be published.