banner
Breaking

ବଢ଼ିବ ଶୀତ

0

ଭୁବନେଶ୍ୱର : ବଢିବ ଶୀତ। ଆଗାମୀ ୨ ଦିନ ପରେ ରାଜ୍ୟର ଅନେକ ସ୍ଥାନରେ ରାତି ତାପମାତ୍ରା ୩ ରୁ ୫ ଡ଼ିଗ୍ରୀ ତଳକୁ ଖସିବା ସହ ଶୀତର ପ୍ରକୋପ ବଢିବା ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି। ଅନ୍ୟପଟେ,ମଙ୍ଗଳବାର ରାତି ଏବଂ ବୁଧବାର ସକାଳେ ୮ ଜିଲାରେ ଘନ କୁହୁଡି ହୋଇପାରେ। କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର,ସୋନପୁର, ସମ୍ବଲପୁର, ଝାରସୁଗୁଡା, ଅନୁଗୋଳ ଏବଂ ସୁନ୍ଦରଗଡର କିଛି ଅଞ୍ଚଳରେ ଘନ କୁହୁଡି ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.