banner
Breaking

ଆଜି ଏହିସବୁ ଜିଲ୍ଲାରେ ବର୍ଷା

0

ଭୁବନେଶ୍ୱର: ବାୟୁମଣ୍ଡଳରେ ଉପସ୍ଥିତ ଆର୍ଦ୍ରତା ଏବଂ ତାପମାତ୍ରା ବୃଦ୍ଧି ଯୋଗୁଁ ଉପକୂଳ ଓଡ଼ିଶା ସମେତ ବିଭିନ୍ନ ଅଞ୍ଚଳରେ ଗୁଳୁଗୁଳି ବଢ଼ିଛି। ନିଷ୍କ୍ରିୟ ମୌସୁମୀ ପ୍ରଭାବରେ ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଜଳୀୟବାଷ୍ପ ଆସିବା ଯୋଗୁଁ ବଜ୍ରପାତ ସୃଷ୍ଟି ହେଉଛି। ଶନିବାର ଭଦ୍ରକରେ ସର୍ବାଧିକ ୭୧ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଯାଜପୁର ୪୨ ମିମି, ଭୁବନେଶ୍ବର ୩୨.୩ ମିମି, ବାଲେଶ୍ବର ୧୭.୬ ମିମି ବର୍ଷା ହୋଇଛି। କଟକ, ପୁରୀ, ଝାରସୁଗୁଡା, ସମ୍ବଲପୁର, ନୟାଗଡ, ପାରଳାଖେମୁଣ୍ଡି ଏବଂ ଢେଙ୍କାନାଳରେ ସ୍ବଳ୍ପରୁ ମଧ୍ୟମ ଧରଣ ବର୍ଷା ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅନୁଗୋଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡା, କୋରାପୁଟ, ମାଲକାନଗିରି, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଏବଂ ବାଲେଶ୍ବର ଜିଲାର କିଛି ଅଞ୍ଚଳରେ ବିଜୁଳି ଘଡଘଡି ନେଇ ଏଲୋ ଓ୍ବାର୍ଣ୍ଣି° ଜାରି କରାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.