banner
Breaking

୧୨ ନମ୍ବର ଓାର୍ଡର ୫ ଟି ବସ୍ତିରେ ଡ୍ରୋନ୍ ସର୍ଭେ

0

ଭୁବନେଶ୍ୱର ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୧୨ ନମ୍ବର ଓାର୍ଡର ପାଞ୍ଚଟି ବସ୍ତିରେ ଡ୍ରୋନ୍ ସର୍ଭେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସର୍ଭେ ଉତ୍ସବରେ ମୁଖ୍ୟ ଅତିଥି ଭାବେ ୧୨ ନମ୍ବର ଓାର୍ଡର କର୍ପୋରେଟର ଜୟନ୍ତୀ ସାହୁ ଯୋଗଦେଇ ସର୍ଭେ କାର୍ଯ୍ୟକ୍ରମକୁ ଉଦଘାଟନ କରି କହିଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ବସ୍ତି ବାସିନ୍ଦାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରି ଆସୁଛନ୍ତି । ବିଭିନ୍ନ ଯୋଜନା ପ୍ରଣୟନ କରି ବସ୍ତି ବାସିନ୍ଦାଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେଇଛନ୍ତି । ମହାନଗର ସହରାଳର ଅନେକ ବସ୍ତିକୁ ବିଜୁ ଆଦର୍ଶ କଲୋନୀରେ ପରିଣତ କରାଯାଇଛି । ଏବଂ ଅନ୍ୟ ଗୁଡିକର ପ୍ରକ୍ରିୟା ଜାରି ରହିଛି । ସମସ୍ତଙ୍କୁ ଭୂମି ଅଧିକାର ଯୋଗାଇ ଦେବା ପାଇଁ ଜାଗା ମିଶନ ଜରିଆରେ ଡ୍ରୋନ୍ ସର୍ଭେ ଆରମ୍ଭ ହୋଇଛି । ଏହା ପରେ ଉଷା ସର୍ଭେ କରାଯାଇ ସମସ୍ତଙ୍କୁ ଭୂମି ଅଧିକାର ପତ୍ର ଦିଆଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବୋଲି କହିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇ ଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ପ୍ରସନ୍ନ କୁମାର ସାହୁ, ୧୨ ନମ୍ବର ଓାର୍ଡ ସିଇଓ ଶିପ୍ରାରାଣୀ ମିଶ୍ର, ଓାର୍ଡ ଅଧିକାରୀ ରବି ନାରାୟଣ ମିଶ୍ର, ସାନିଟାରୀ ଇନ୍ସପେକ୍ଟର ମନୋରଞ୍ଜନ ମହାପାତ୍ର, ଜାଗା ମିଶନ ଅଧିକାରୀ ମନୋଜା ମଞ୍ଜରୀ ଦେବୀ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ଯୋଜନା ସମ୍ବଦ୍ଧରେ କହିଥିଲେ । ଆତ୍ମାରାମ, ସାମନ୍ତପୁରୀ, ତ୍ରିନାଥ, ଦାଶରଜା ଓ ପାତ୍ରସାହି ବସ୍ତିରେ ଡ୍ରୋନ୍ ସର୍ଭେ କରା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ବସ୍ତିର ସଭାପତି, ସମ୍ପାଦକ, କର୍ମକର୍ତ୍ତା ଙ୍କ ସହିତ ସମସ୍ତ ବସ୍ତି ବାସିନ୍ଦା ଉପସ୍ଥିତ ରହି ମାନ୍ୟବର ମୁଖ୍ୟମନ୍ତୀଙ୍କ ଦୀର୍ଘାୟୁ କାମନା କରିବା ସହିତ କୃତଜ୍ଞତା ଜଣାଇ ଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.