banner
Breaking

ନୀଳାଦ୍ରି ବିହାର ୧୦ ଟି ବସ୍ତିରେ ଡ୍ରୋନ୍ ସର୍ଭେ ,ବସ୍ତି ବାସିନ୍ଦାଙ୍କୁ ମିଳିବ ଭୂମି ଅଧିକାର

0

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୧୪ ନମ୍ବର ଓ୍ବାର୍ଡର ଦଶଟି ବସ୍ତିରେ ଆଜି ଡ୍ରୋନ୍ ସର୍ଭେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମା ମଙ୍ଗଳା ବସ୍ତିରେ ଅନୁଷ୍ଠିତ ସର୍ଭେ ଉତ୍ସବରେ ମୁଖ୍ୟ ଅତିଥି ଭାବେ ୧୪ ନମ୍ବର ଓ୍ବାର୍ଡର କର୍ପୋରେଟର ମୋନାଲିସା ସାହୁ ଯୋଗଦେଇ ସର୍ଭେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସୁକାନ୍ତ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଶ୍ରୀମତୀ ସାହୁ କହିଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାନଗର ସହରାଳ ବସ୍ତି ବାସିନ୍ଦାଙ୍କୁ ଜମି ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଯାହା ଏକ ଯୁଗାନ୍ତକାରୀ ପଦକ୍ଷେପ । ସେ ସବୁବେଳେ ବସ୍ତି ବାସୀନ୍ଦାଙ୍କ ହିତ ସାଧନ ପାଇଁ କାର୍ଯ୍ୟ କରି ଆସୁଛନ୍ତି । ଜାଗା ମିଶନ ଯୋଜନା ମାଧ୍ୟମରରେ ବସ୍ତିରେ ଡ୍ରେନ୍‌, ଶୌଚାଳୟ, ପାନୀୟ ଜଳ, ବିଦ୍ୟୁତ ଓ ଷ୍ଟ୍ରିଟ ଲାଇଟ ଆଦି ଯୋଗାଇ ଏହାକୁ ବିଜୁ ଆଦର୍ଶ କଲୋନୀରେ ପରିଣତ କରାଯାଇଛି । ଏବେ ସମସ୍ତଙ୍କୁ ଭୂମି ଅଧିକାର ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବୋଲି କହିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇ ଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ମନୋଜ ସାହୁ, ୧୪ ନମ୍ବର ଓାର୍ଡ ସିଇଓ ଦେବସ୍ୱିନୀ ପଟ୍ଟନାୟକ, ଓାର୍ଡ ଅଧିକାରୀ ସୁଜିତ କୁମାର ସ୍ୱାଇଁ, ରଞ୍ଜିତ କୁମାର ସ୍ୱାଇଁ, ଅମିୟ ଦାସ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ଯୋଜନା ସମ୍ବଦ୍ଧରେ କହିବା ସହିତ ମଙ୍ଗଳା ବସ୍ତିକୁ ପ୍ରଶଂସା କରିଥିଲେ । ବସ୍ତିର ସମ୍ପାଦକ ଅର୍ଜୁନ ବାରିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସେହିପରି ଇଶାନେଶ୍ୱର, ସାତ ଘରିଆ, ଓମଫେଡ୍‌, ରିକସା, ପଣ୍ଡାପାର୍କ, ହରେକୃଷ୍ଣ ନଗର, ସୀତାନାଥ, ସୋମନାଥ ଓ ଆଦର୍ଶ ବସ୍ତିରେ ଡ୍ରୋନ୍ ସର୍ଭେ କରା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମସ୍ତ ବସ୍ତି ବାସିନ୍ଦା ଉପସ୍ଥିତ ରହି ମାନ୍ୟବର ମୁଖ୍ୟମନ୍ତୀଙ୍କ ଦୀର୍ଘାୟୁ କାମନା କରିବା ସହିତ କୃତଜ୍ଞତା ଜଣାଇ ଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.