banner
Breaking

ଝାଡୁ ମାରିଲେ କର୍ପୋରେଟର ଡେପୁଟି କମିଶନର

0

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୧୪ ନମ୍ବର ୱାର୍ଡର ବୁଦ୍ଧ ଜୟନ୍ତୀ ପାର୍କ ସମ୍ମୁଖରେ ଗଣ ସଫେଇ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯାନରେ ୧୪ ନମ୍ବର ୱାର୍ଡର କର୍ପୋରେଟର ମୋନାଲିସା ସାହୁ, ଉତ୍ତର ଜୋନ୍‌ର ଡେପୁଟି କମିଶନର ପୁରନ୍ଦର ନନ୍ଦ, ସହକାରୀ କମିଶନର ପଲ୍ଲବୀ ବେହେରା, ୱାର୍ଡ ଅଧକାରୀ ସୁଜିତ କୁମାର ସ୍ୱାଇଁ, ସାନିଟାରୀ ଇନ୍ସପେକ୍ଟର ରଞ୍ଜିତ ସ୍ୱାଇଁ, ଯୁବନେତା ମନୋଜ କୁମାର ସାହୁ ପ୍ରମୁଖ ଯୋଗଦେଇ ସଫେଇ କର୍ମଚାରୀ ମାନଙ୍କ ସହିତ ମିଶି ବୁଦ୍ଧପାର୍କ ଠାରୁ ସିପି ଓ ସେକ୍ଟର ୪ ରାସ୍ତା ଝାଡୁ କରିଥିଲେ । ଏବଂ ସଫେଇ କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ୧୪ ନମ୍ବର ୱାର୍ଡର ସମସ୍ତ ସଫେଇ କର୍ମଚାରୀ ସ୍ୱଚ୍ଛସାଥୀ, ସୁପରଭାଇଜର ଓ ସ୍ଥାନୀୟ ଅଂଚଳର ବାସିନ୍ଦାମାନେ ଯୋଗଦାନ କରିଥିଲେ । ସେହିପରି ୮ ନମ୍ବର ଓାର୍ଡରେ କର୍ପୋରେଟର ଲାଲ ମୋହନ ଟୁଡୁଙ୍କ ନେତୃତ୍ୱରେ ଗଣ ସଫେଇ ଅନୁଷ୍ଠିତ ହୋଇଥିଲା ।

Khansweb Solution Bhubaneswar

Leave A Reply

Your email address will not be published.