banner
Breaking

ରାସ୍ତା ଓ ଡ୍ରେନ କାର୍ଯ୍ୟର ଭିିପ୍ରସ୍ତର ସ୍ଥାପନ

0

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ ୧୨ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ଗଜପତି ନଗର ଠାରେ ରାସ୍ତା ଓ ଡ୍ରେନ କାର୍ଯ୍ୟର ଭିିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ମେୟର ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦ୍‌ଘାଟନ କରିଛନ୍ତି । ବିଧାୟକ ଶ୍ରୀଯୁକ୍ତ ରାଉତ କହିଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶାର ବିକାଶ ଧାରାକୁ ଆଗକୁ ଆଗକୁ ବଢେଇ ଚାଲିଛନ୍ତି। ଓଡ଼ିଶାର ସବୁ ବର୍ଗର ଲୋକଙ୍କ ବିକାଶ ପାଇଁ ଲୋକାଭିମୁଖୀ ବଜେଟ ଆଣିଛନ୍ତି। ସ୍ମାର୍ଟ୍ ସିଟି ଭୁବନେଶ୍ୱରକୁ ସବୁ କ୍ଷେତ୍ରରେ ଦେଶରେ ନମ୍ବର ଓ୍ଵାନ କରିବା ପାଇଁ କାର୍ଯ୍ୟ ଜାରି ରହିଛି। ଉତ୍ତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀରେ ଅନେକ ଉନ୍ନତି ମୂଳକ କାର୍ଯ୍ୟ କରାଯାଇଛି। ଏଥିରୁ ବହୁତ କାର୍ଯ୍ୟ ଶେଷ ହୋଇଥିଲା ବେଳେ କିଛି କାର୍ଯ୍ୟ ଚାଲୁ ରହିଛି। ଆଉ ବାକି ରହିଥିବା କାର୍ଯ୍ୟ ତୁରନ୍ତ କରାଯିବ। ବଜେଟ ପରେ ପ୍ରଥମ କାର୍ଯ୍ଯ ଆଜି ୧୨ ନମ୍ବର ଓ୍ବାର୍ଡରୁ ଆରମ୍ଭ କରାଯାଇଛି। ଆଗାମୀ ଦିନରେ ସମସ୍ତ ସ୍ଥାନରେ କରାଯିବ ବୋଲି କହିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏବଂ ୧୨ ନମ୍ବର ଓ୍ବାର୍ଡର କର୍ପୋରେଟର ଜୟନ୍ତୀ ସାହୁଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ। ପ୍ରାୟ ୪୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଗଜପତି ନଗର ୨୨ ନମ୍ବର ପ୍ଲଟ ଠାରୁ ୪୫୧/୧୯୪ ପ୍ଲଟ ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତିକରଣ ହେବା ସହିତ ଡ୍ରେନ ନିର୍ମାଣ କରାଯାଇ ସ୍ଲାବ ପକାଯିବ ବୋଲି ୧୨ ନମ୍ବର ଓାର୍ଡ କର୍ପୋରେଟର ଜୟନ୍ତୀ ସାହୁ କହିଛନ୍ତି । ଏହି ଉତ୍ସବରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଡେପୁଟି ମେୟର ମଞ୍ଜୁଲତା କହଁର, ବରିଷ୍ଟ ମୁରବୀ ଜନକର ସାହୁ, ଆଇନଜୀବୀ ସମରେନ୍ଦ୍ର ସାହୁ. ଭଗବାନ ଦାଶ ପ୍ରମୁଖ ଯୋଗ ଦେଇଥିଲେ । ବିଜେଡି ଜିଲ୍ଲା ସାଙ୍ଗଠନିକ ସମ୍ପାଦକ ପ୍ରସନ୍ନ କୁମାର ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଯୁବନେତା ଚଗଲା ଜେନା, ମିଟୁ ପରିଡା, ତୁଷାର ଦାସ, ତପନ ବାରିକ, କାବୁ କର, ପ୍ରିତମ ଓ ବାବୁଭାଇ ଟିମ୍ ସମସ୍ତ ସଦସ୍ୟ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ଗଜପତି ନଗରର ବରିଷ୍ଠ ନାଗରିକ, ଯୁବକ, ମହିଳାମାନେ ବହୁ ସଖ୍ୟାରେ ଯୋଗଦାନ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.