banner
Breaking

ଆମ ଘର ପିଠା ଫାଷ୍ଟ୍‌ଫୁଡ ଠାରୁ ସ୍ୱାଦିଷ୍ଟ, ସଞ୍ଜିବନୀ ମହିଳା ମହାସଂଘର ପିଠା ଷ୍ଟଲ ଉଦଘାଟିତ

0

ଭୁବନେଶ୍ୱର,୨ା୧ ଭୁବନେଶ୍ୱର ମହାନଗର ନିଗମର ୧୨ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ଜନତା ମଇଦାନ ନିକଟରେ ସଞ୍ଜିବନୀ ମହିଳା ମହାସଂଘ ପକ୍ଷରୁ ଏକ ପିଠା ଷ୍ଟଲ ଉଦଘାଟିତ ହୋଇଯାଇଛି । ଏହାକୁ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ମେୟର ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି । ମିଶନ ଶକ୍ତି ମାଧ୍ୟମରେ ମହିଳା ମାନଙ୍କୁ ସ୍ୱାବଲମ୍ବୀ ଓ ଆର୍ଥିକ ଅଭିବୃଦ୍ଧି ପାଇଁ ବିଭିନ୍ନ ଟ୍ରେନିଂ ପ୍ରଦାନ କରି ଋଣ ଯୋଗାଇ ଦିଆଯାଉଛି । ପିଠା ଯୋଜନା ଜରିଆରେ ଆମ ସଂସ୍କୃତି ପରମ୍ପରା ସହିତ ଜଡିତ ଆମ ଘରର ମା ମାନଙ୍କର ପିଠା କେମିତି ବଜାରରେ ବିକ୍ରି ହୋଇ ପାରିବ ସେ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ବିଧାୟକ ଶ୍ରୀଯୁକ୍ତ ରାଉତ କହିଥିଲେ । ମେୟର ଶ୍ରୀମତୀ ଦାସ କହିଥିଲେ ଆମ ପର୍ବପର୍ବାଣୀ ମାନଙ୍କରେ ତିଆରି ହେଉଥିବା ପିଠା ଆଜିର ଫାଷ୍ଟ୍‌ଫୁଡ ଫିଜା ବର୍ଗର ଠାରୁ ବହୁତ ସ୍ୱାଦିଷ୍ଟ । ହକି ବିଶ୍ୱକପ ପାଇଁ ଦେଶ ବିଦେଶରୁ ଆସୁଥିବା ଅତିଥି ମାନେ ଏହାର ମଜା ନେଇ ପାରିବେ । ସମ୍ମାନିତ ଅତିଥି ଭାବେ କର୍ପୋରେଟର ଜୟନ୍ତୀ ସାହୁ, ସମରେନ୍ଦ୍ର ସାହୁ, ବିଜେଡି ଜିଲ୍ଲା ସମ୍ପାଦକ ପ୍ରସନ୍ନ କୁମାର ସାହୁ ପ୍ରମୁଖ ଯୋଗଦେଇ ମହିଳା ମହାସଂଘର ଏଭଳି ପଦକ୍ଷପକୁ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁବନେତା ଚଗଲା ଜେନା, ଭଗବାନ ଦାଶ, ତୁଷାର ବେହେରା ଉପସ୍ଥିତ ଥିଲେ । ଏଠାରେ ଆମ ଓଡିଆ ଘରର ସମସ୍ତ ପିଠା ମିଳିବ ବୋଲି ମହିଳା ମହାସଂଘର ସଭାନେତ୍ରୀ ବିଷ୍ଣୁପ୍ରିୟା ସାହୁ କହିଥିଲେ । ମହାସଂଘର ସଭ୍ୟାମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲା ବେଳେ ସମ୍ପାଦିକା ପ୍ରତିଭା ବିଶ୍ୱାଳ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.