banner
Breaking

ନୂତନ ଭୁବନେଶ୍ୱରରେ ବୃହତ ସରକାରୀ ଡାକ୍ତରଖାନା ପାଇଁ ପ୍ରସ୍ତାବ

0

ଭୁବନେଶ୍ୱର, ନୂତନ ଭୁବନେଶ୍ୱର ଭାବେ ପରିଚିତ ଚନ୍ଦ୍ରଶେଖରପୁର ଅଞ୍ଚଳ ଗତ ୨୨ ବର୍ଷ ମଧ୍ୟରେ ବହୁ ବିକାଶ ଘଟିଛି । ଏଠାରେ ବଡ ବଡ ଶିକ୍ଷାନୁଷ୍ଠାନ, ବାଣିଜ୍ୟ କେନ୍ଦ୍ର, ରାଜ୍ୟ ସରକାରଙ୍କ ଦପ୍ତର, ବେସରକାରୀ ଡାକ୍ତରଖାନା ଓ ବିଭିନ୍ନ ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟାଳୟ ଗଢି ଉଠିଛି । ଏଥି ସହିତ ସହର ମଧ୍ୟରୁ ବସ୍ତି ସ୍ତନାନ୍ତର କରି ଏଠାରେ ଥଇଥାନ କରାଯାଇଛି । ଏହି ଅଞ୍ଚଳରେ ଲୋକସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି । ସେ ଦୃଷ୍ଟିରୁ ଏଠାରେ ଗୋଟିଏ ବଡ ସରକାରୀ ଡାକ୍ତରଖାନାର ଆବଶ୍ୟକତା ରହିଛି । ସାମାନ୍ୟ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ଯିବାକୁ ପଡୁଛି । ବସ୍ତିବାସିନ୍ଦା ଓ ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ବିଭିନ୍ନ ଅନୁଷ୍ଠାନ , ସଂଗଠନ ଓ ଲୋକମାନଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କ ପାଖରେ ବାରମ୍ବାର ଦାବି ହୋଇ ଆସୁଥିଲା । ଏହି କ୍ରମରେ କର୍ପୋରେଟର ଜୟନ୍ତୀ ସାହୁ ଡାକ୍ତରଖାନା ନିର୍ମାଣ ପାଇଁ ବିଏମସି କମିଶନରଙ୍କ ପାଖରେ ପ୍ରସ୍ତାବ ରଖିଛନ୍ତି । ଆଜି ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ ୧୨ ନମ୍ବର ଓ୍ବାର୍ଡରେ ପହଞ୍ଚି ବିଭିନ୍ନ ଉନ୍ନତି କାର୍ଯ୍ୟର ସମୀକ୍ଷା କରିଥିଲେ । କର୍ପୋରେଟର ଜୟନ୍ତୀ ସାହୁ ନୂତନ ସରକାରୀ କଲୋନୀ ନିକଟରେ ଥିବା ୫ ଏକର ପରିମିତ ସ୍ଥାନକୁ ଦେଖାଇଥିଲେ । ଏହି ସ୍ଥାନଟି ପୂର୍ବରୁ ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ଡାକ୍ତରଖାନା ପାଇଁ ଉଦିଷ୍ଟ ରହିଛି । ଏଠାରେ ଡାକ୍ତରଖାନା ନିର୍ମାଣ କରାଗଲେ ବହୁ ଲୋକ ଉପକୃତ ହେବେ ବୋଲି କହିଥିଲେ । ଏଥି ସହିତ ନୂତନ ସରକାରୀ କଲୋନୀର ମିନି ପାର୍କର ପୁନଃରୁଦ୍ଧାର, କାଳୀ ମନ୍ଦିର ସମ୍ମୁଖରେ ନୂତନ ପାର୍କ ନିର୍ମାଣ ଓ ପ୍ରେସ୍ ଛକ ଠାରୁ ଏମ୍‌ସିଏଲ୍ ଛକ ପର୍ଯ୍ୟନ୍ତ ଉଭୟ ରାସ୍ତା ପାଶ୍ୱର୍ ସୌନ୍ଦର୍ଯ୍ୟ କରଣ ପାଇଁ କମିଶନରଙ୍କ ଦୃଷ୍ଟି ଆକର୍ଶଣ କରିଥିଲେ । କମିଶନର ସମସ୍ତ ସ୍ଥାନ ବୁଲିବା ସହ ସଫେଇ ଉପରେ ଲୋକ ମାନଙ୍କୁ ସଚେତନ କରାଇ ଥିଲେ । ଓାର୍ଡର ପରିବେଶ ଓ ପରିସ୍କାର ପରିଛନ୍ନତା ଦେଖି କର୍ପୋରେଟରଙ୍କୁ ସାଧୁବାଦ ଓ ଲୋକମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ କମିଶନରଙ୍କ ସହିତ ଉତ୍ତର ଜୋନର ଡେପୁଟି କମିଶନର ପୁରନ୍ଦର ନନ୍ଦ, ବିଏମସି ଅଧିକାରୀ ଓ ବିଜେଡି ଜିଲ୍ଲା ସାଂଗଠନିକ ସମ୍ପାଦକ ପ୍ରସନ୍ନ କୁମାର ସାହୁ, ଯୁବନେତା ଚଗଲା ଜେନା, ମିଟୁ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.