banner
Breaking

ଗଜପତି ନଗରରେ ସଫେଇ ସଚେତନତା କାର୍ଯ୍ୟକ୍ରମ

0

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମର ୧୨ ନମ୍ବର ଓ୍ବାର୍ଡ ଅର୍ନ୍ତଗତ ଗଜପତି ନଗରରେ ସଫେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କର୍ପୋରେଟର ଜୟନ୍ତୀ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସିଇଓ ସିପ୍ରାରାଣୀ ମିଶ୍ର, ସାନିଟାରୀ ଇନ୍ସପେକ୍ଟର ପୌମେନ୍ଦ୍ର ପ୍ରଧାନ, ବିଜେଡି ଜିଲ୍ଲା ସାଂଗଠନିକ ସମ୍ପାଦକ ପ୍ରଶନ୍ନ କୁମାର ସାହୁ ଓ ସ୍ୱଚ୍ଛ ସାଥୀ ମାନେ ଯୋଗଦେଇ ଅଳିଆ ପକାଇବା ଓ ଘରର ଚାରିପାଖ ସଫା ରଖିବା ସମ୍ବଦ୍ଧରେ ଲୋକ ମାନଙ୍କୁ ସଚେତନ କରିଥିଲେ । ଘର ଘର ବୁଲି ଘରେ ଦୁଇଟି ଡଷ୍ଟବିନ ରଖିବା ସହିତ ଗୋଟିଏରେ ଓଦା ଓ ଅନ୍ୟଟିରେ ଶୁଖିଲା ବର୍ଜ୍ୟବସ୍ତୁ ରଖି ବିଏମସି ଗାଡିକୁ ଦେବା ପାଇଁ କହିଥିଲେ । ଏବଂ ଘରର ଚାରି ପାଖ ସଫା ସୁତୁରା ରଖିବା ପାଇଁ ପରାମର୍ଶ ଦେଇଥିଲେ । ଭୁବନେଶ୍ୱରକୁ ଅଳିଆ ମୁକ୍ତ ସହର କରିବାକୁ ବିଏମସି ପକ୍ଷରୁ ଦୃଢ ପଦକ୍ଷେପ ନିଆଯାଇଛି । କମିଶନରଙ୍କ ନିର୍ଦ୍ଦେଶ କ୍ରମେ ସଫେଇ କାର୍ଯ୍ୟକୁ ଗୁରୁତ୍ୱ ଦିଆ ଯାଇଛି । କର୍ମଚାରୀ ମାନେ ଦିନ ରାତି ଅଳିଆ ଉଠାଇବାରେ ଲାଗି ପଡିଛନ୍ତି । କମିଶନର ନିଜେ ମଧ୍ୟ ସକାଳେ ଓ ସନ୍ଧ୍ୟାରେ ବିଭିନ୍ନ ସ୍ଥାନ ବୁଲି ଅଳିଆ ଉଠା କାର୍ଯ୍ୟର ତଦାରଖ କରିବା ସହିତ ଲୋକ ମାନଙ୍କୁ ସଚେତନ କରୁଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.