banner
Breaking

ଉତ୍ତର ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦଘାଟନ

0

ଭୁବନେଶ୍ୱର, : ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୧୨ ନମ୍ବର ଓ୍ବାର୍ଡରେ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦଘାଟନ ଅନୁଷ୍ଠିତ ହୋଇଯାଇଛି। କର୍ପୋରେଟର ଜୟନ୍ତୀ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦଘାଟନ କରିଥିଲେ। ଏହି ପ୍ରକଳ୍ପ ମଧ୍ୟରେ ସାମନ୍ତ ବିହାର ଠାରେ ୩ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବରିଷ୍ଠ ନାଗରିକ ଗୃହ, ଲକ୍ଷ୍ମୀ ବିହାରରେ ୩ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ମହିଳା ସମିତି ଗୃହ ନିର୍ମାଣ କରାଯିବ। ଆର ଆର ଏଲ ପରିସରରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଧାୟକଙ୍କ ପାଣ୍ଠିରେ ନିର୍ମିତ ହୋଇଥିବା ପିଲାଙ୍କ ମଧ୍ୟାହ୍ନ ଭୋଜନାଳୟ ଉଦଘାଟିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡ଼ି ସମ୍ପାଦକ ପ୍ରସନ୍ନ କୁମାର ସାହୁ, ଆଇନଜୀବୀ ସମରେନ୍ଦ୍ର ସାହୁ, ଯୁବନେତା ଚଗଲା ଜେନା, ମିଟୁ ପରିଡ଼ା, ହିତେଶ ଜେନା, ତପନ ରାଉତରାୟ, ଅଜିତ କୁମାର ଦାସ,ପ୍ରିତମ ସ୍ବାଇଁ ଓ ବରିଷ୍ଠ ନାଗରିକ, ମହିଳା, ଯୁବ ଛାତ୍ରମାନେ ଉପସ୍ଥିତ ଥିଲେ।

Khansweb Solution Bhubaneswar

Leave A Reply

Your email address will not be published.