banner
Breaking

ପିଲାଙ୍କ ଭୋଜନାଳୟ ଗୃହର ଶିଳାନ୍ୟାସ

0

ଭୁବନେଶ୍ୱର : ଆଚାର୍ଯ୍ୟ ବିହାର ନିକଟସ୍ଥ ଆର ଆର ଏଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପିଲା ମାନଙ୍କ ପାଇଁ ଭୋଜନାଳୟ ଗୃହ କାର୍ଯ୍ୟର ଶିଳାନ୍ୟାସ ୧୨ ନମ୍ବର ଓାର୍ଡର କର୍ପୋରେଟର ଜୟନ୍ତୀ ସାହୁଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ପାଣ୍ଠିରେ ନିର୍ମିତ ହେବାକୁ ଥିବା ଏହି ଗୃହର ବ୍ୟୟ ଅଟକଳ ୪ ଲକ୍ଷ ୫୦ ହଜାର ଟଙ୍କା ରହିଛି । ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ସାହୁ ଯୋଗଦେଇ ଗୃହର ଶୁଭ ଦେଇ କହିଥିଲେ ପିଲାମାନେ ବର୍ଷା ଦିନରେ ମଧ୍ୟାହ୍ନ ଭୋଜନ କରିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ନିର୍ବାଚନ ସମୟରେ ସ୍କୁଲ କମିଟି ପକ୍ଷରୁ ମୋତେ ଅନୁରୋଧ କରା ଯାଇଥିଲା । ଏନେଇ ମୁଁ ଆମ ଉତ୍ତରର ଜନପ୍ରିୟ ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ଦୃଷ୍ଟି ଆକର୍ଷଣ କରିଥିଲି । ମାନ୍ୟବର ବିଧାୟକ ଏହାର ତୁରନ୍ତ ବିଚାର କରି ବିଧାୟକ ପାଣ୍ଠିରୁ ଅର୍ଥ ମଞ୍ଜୁର କରିଥିଲେ । ପିଲାମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ବିଧାୟକ ତୁରନ୍ତ ପଦକ୍ଷେପ ଗ୍ରହଣ କରିଥିବାରୁ ବିଧାୟକଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇବା ସହିତ ଅଞ୍ଚଳବାସୀଙ୍କ ପକ୍ଷରୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କଳ୍ପନା ପାତ୍ର, ଯୁବନେତା ପ୍ରସନ୍ନ କୁମାର ସାହୁ, ଚଗଲା ଜେନା, କମିଟି ସଭାପତି କବିନ୍ଦ୍ର ପଶ୍ଚିମରାୟ, ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ ମାନେ ଉପସ୍ଥିତ ଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.