banner
Breaking

ଓ୍ବାର୍ଡ ନ° ୧୭ରେ ଆଦର୍ଶ ଓ୍ବାର୍ଡ କାର୍ଯ୍ୟାଳୟର ଭିିତ୍ତିପ୍ରସ୍ତର ସ୍ଥାପନ

0

ଭୁବନେଶ୍ୱର,୧ା୫(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱର ମହାନଗର ନିଗମ ଅର୍ନ୍ତଗତ ୧୭ ନମ୍ବର ଓ୍ବାର୍ଡରେ ଆଦର୍ଶ ଓ୍ବାର୍ଡ କାର୍ଯ୍ୟାଳୟର ଭିିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କର୍ପୋରେଟର ପୂଜା ମହାରଣାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ମେୟର ସୁଲୋଚନା ଦାସ, ସମ୍ମାନିତ ଅତିଥି ଭାବେ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଅମରେଶ ଜେନା, ବିରଞ୍ଚିନାରାୟଣ ମହାସୂପକାର ପ୍ରମୁଖ ଯୋଗ ଦେଇଥିଲେ ।

୫୦ ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳରେ ନିର୍ମିତ ହେବାକୁ ଥିବା ଏହି କାର୍ଯ୍ୟାଳୟ କାର୍ଯ୍ୟ ତିନିମାସ ମଧ୍ୟରେ ଶେଷ ହେବ । ବିଏମସି ସବୁବେଳେ ଲୋକଙ୍କ ପାଖରେ ପହଞ୍ଚି କାର୍ଯ୍ୟ କରିବାକୁ ଗୁରୁତ୍ୱ ଦେଇ ଆସୁଛି । ଯେଉଁ ଓ୍ବାର୍ଡ ମାନଙ୍କରେ ଓ୍ବାର୍ଡ କାର୍ଯ୍ୟାଳୟ ନଥିଲା ସେଠାରେ ଓ୍ବାର୍ଡର କାର୍ଯ୍ୟାଳୟ ନିର୍ମାଣ ପାଇଁ ବିଏମସି ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ଉତ୍ତର ମଣ୍ଡଳରେ ଆଜି ପ୍ରଥମ କାର୍ଯ୍ୟାଳୟ ନିର୍ମାଣର ଶୁଭ ଦିଆଯାଇଛି । ଖୁବଶୀଘ୍ର ଅନ୍ୟ ଓାର୍ଡ ମାନଙ୍କରେ ନିର୍ମାଣ ହେବ ଓ ଲୋକମାନେ ଘର ପାଖରେ ସମସ୍ତ ସୁବିଧା ସୁଯୋଗ ପାଇ ପାରିବେ ବୋଲି ମେୟର ଶ୍ରୀମତୀ ଦାସ କହିଥିଲେ ।

ଯୁବନେତା ଭୋଳାନାଥ ମହାରଣା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସ୍ଥାନୀୟ କର୍ମକର୍ତ୍ତା ରାମଚନ୍ଦ୍ର ବେହେରା, କାହ୍ନୁଚରଣ କାଠୁଆ, ନୀଳମଣି ସାହୁ, ବିଶ୍ୱନାଥ ଦାସ, ଶିବ ରେଡ୍ଡି, ରବି ନାରାୟଣ ବର୍ତ୍ତିଆ, ଦ୍ରୌପଦୀ ଦେବୀ, ରଞ୍ଜିତା ଦାସ, ସୁନାମଣୀ ଦାସ, ମାମା ଦଳେଇ, ଲକ୍ଷ୍ମୀପ୍ରିୟା ବେହେରା ଏବଂ ବରିଷ୍ଠ ନାଗରିକ, ମହିଳା ଓ ଯୁବକ ମାନେ ଉପସ୍ଥିତ ଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.