banner
Breaking

ସାମନ୍ତ ବିହାର ଓ ଆଦିମାତା କଲୋନୀ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ

0

ଭୁବନେଶ୍ୱର,୨୭ା୪ ଭୁବନେଶ୍ୱର ମହାନଗର ନିଗମ ୧୨ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ସାମନ୍ତବିହାର ଓ ଆଦିମାତା କଲୋନୀ ଠାରେ ଦୁଇଟି ରାସ୍ତା କାର୍ଯ୍ୟର ଭିିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ମେୟର ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦ୍‌ଘାଟନ କରିଛନ୍ତି । ପ୍ରାୟ ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ସାମନ୍ତବିହାର ଓ ଆଦିମାତା କଲୋନୀର ୨ଟି ରାସ୍ତା ଉନ୍ନତିକରଣ କରାଯିବ ବୋଲି୧୨ ନମ୍ବର ଓାର୍ଡ କର୍ପୋରେଟର ଜୟନ୍ତୀ ସାହୁ କହିଛନ୍ତି । ଏହି ଉତ୍ସବରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଡେପୁଟି ମେୟର ମଞ୍ଜୁଲତା କହଁର, ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଅମରେଶ ଜେନା, ଆଇନଜୀବୀ ସମରେନ୍ଦ୍ର ସାହୁ, ସାମନ୍ତବିହାର ଆବାସିକ ସଂଘର ସଭାପତି ଜ୍ଞାନେନ୍ଦ୍ର ପଟ୍ଟନାୟକ, ଉପସଭାପତି ବସନ୍ତ କୁମାର ମହାନ୍ତି, ସମ୍ପାଦକ ଡା ଉପେନ୍ଦ୍ର କୁମାର ସାହୁ, ବଳରାମ ଜେନା, ପ୍ରଶାନ୍ତ କୁମାର ପୃଷ୍ଟି, ହିତେଶ କୁମାର ଜେନା ଓ ଆଦିମାତା କଲୋନୀର ଧୁବ୍ର ଚରଣ ରାଉତରାୟ, ଡ. କେଦାରନାଥ ମିଶ୍ର, କିଶୋର ଚନ୍ଦ୍ର ଜେନା, କାବୁଲା ଜେନା, ଗର୍ନ୍ଧବ ବେହେରା, କିଶୋର ପଣ୍ଡା, ଗୋବିନ୍ଦ ସାହୁ, ଗୋପାଳ ଚନ୍ଦ୍ର ସାହୁ, ନନ୍ଦକିଶୋର ସାହୁ, ପ୍ରକାଶ ଚନ୍ଦ୍ର ସାହୁ, ପିକେନ୍ ଜେନା, ଧୀରେନ୍ଦ୍ର କୁମାର ପତି, କବି ଚନ୍ଦ୍ର ଦାସ, ରବୀନ୍ଦ୍ର କୁମାର ବାରିକ, ବିମଳ ପଣ୍ଡା, ରାଜା ପଟ୍ଟନାୟକ, କାବୁ ସାହୁ, ଯୁବନେତା ଚଗଲା ଜେନା, ମିଟୁ ପରିଡା, ବସନ୍ତ ତ୍ରିପାଠୀ, ଭଗବାନ ଦାଶ ପ୍ରମୁଖ ଯୋଗ ଦେଇଥିଲେ । ବିଜେଡି ଜିଲ୍ଲା ସାଙ୍ଗଠନିକ ସମ୍ପାଦକ ପ୍ରସନ୍ନ କୁମାର ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାମନ୍ତବିହାର ଓ ଆଦିମାତା କଲୋନୀର ବରିଷ୍ଠ ନାଗରିକ, ଯୁବକ, ମହିଳାମାନେ ବହୁ ସଖ୍ୟାରେ ଯୋଗଦାନ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.