banner
Breaking

ଲୋକଙ୍କ ସହିତ ରହି ସେବା କାର୍ଯ୍ୟ ଜାରି ରଖିବି ଏକ ବର୍ଷରେ ଉନ୍ନତି ମୂଳକ କାର୍ଯ୍ୟର ରିପୋର୍ଟ ଦେଲେ କର୍ପୋରେଟର ମିହିର କୁମାର ରାଉତ

0

ଭୁବନେଶ୍ୱର,୯ା୪(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱର ମହାନଗର ନିଗମ କର୍ପୋରେସନକୁ ଆଜି ଏକବର୍ଷ ପୂରଣ ହୋଇଛି । ଗତବର୍ଷ ଅପ୍ରେଲ ୯ ତାରିଖରେ କର୍ପୋରେଟର ମାନେ ଶପଥ ଗ୍ରହଣ କରି କାର୍ଯ୍ୟ ଆରମ୍ଭ କରିଥିଲେ । ଯାହାକୁ ଆଜି ଠିକ୍ ଏକବର୍ଷ ପୁରିଛି । ଏହି ଏକବର୍ଷ କାର୍ଯୂକାଳ ମଧ୍ୟରେ କିଏ କେତେ କାର୍ଯ୍ୟ କରିଛନ୍ତି । ନିର୍ବାଚନ ସମୟରେ ଲୋକ ମାନଙ୍କୁ ଦେଇଥିବା ପ୍ରତିଶ୍ରୁତି କେତେଦୁର ପାଳନ କରିଛନ୍ତି । କାହାର କାର୍ଯ୍ୟ ଦକ୍ଷତା କେତେ ରହିଛି । ସାଧାରଣ ଜନତାଙ୍କର କିଏ ଆପଣାର ହୋଇ ପାରିଛି । ସେନେଇ କର୍ପୋରେଟର ମାନେ ରିପୋର୍ଟ କାର୍ଡ ପ୍ରସ୍ତୁ କରିଛନ୍ତି ।

ଏହି କ୍ରମରେ ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଏମସି ୧ ନମ୍ବର ଓାର୍ଡର କର୍ପୋରେଟର ମିହିର କୁମାର ରାଉତ କହିଛନ୍ତି । ମୋ ଓାର୍ଡରେ ବହୁ ଉନ୍ନତି ମୂଳକ କାର୍ଯ୍ୟ ହୋଇଛି । ସେଥି ମଧ୍ୟରେ ମା ଶିଖରଚଣ୍ଡୀ ପୀଠର ଉନ୍ନତି କରଣ କାର୍ଯ୍ୟ ଓ ପର୍ଯ୍ୟଟନ ମାନ୍ୟତା ଅନ୍ୟତମ । ନିକଟରେ ୫ଟି ସଚିବ ଭି କେ ପାଣ୍ଡିଆନ ଶିଖରଚଣ୍ଡୀ ମନ୍ଦିର ପରିଦର୍ଶନ କରି ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୫ କୋଟି ଟଙ୍କା ଅର୍ଥ ମଞ୍ଜୁର କରିଛନ୍ତି । ଏହା ଦ୍ୱାରା ଆମ ଅଳର ବିକାଶ ଘଟିବ ।

ସେହିପରି ପ୍ରଶାନ୍ତି ବିହାରରେ ଥିବା ବିଜୁ ପଟ୍ଟନାୟକ ହାଇସ୍କୁଲ ୫ଟି ଅଧିନରେ ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇ ଶେଷ ପର୍ଯ୍ୟାୟର ପହିଛି । ପ୍ରଶାନ୍ତି ବିହାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅଙ୍ଗନବାଡି କେନ୍ଦ୍ର ପ୍ରତିଷ୍ଠା ହୋଇଛି । ଏହା ସବୁ ମାନ୍ୟବର ଉର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ସହେଯାଗରେ ସମ୍ଭବ ହୋଇ ପାରିଛି ।

ନିର୍ବାଚନ ସମୟରେ ଲୋକମାନଙ୍କର ଜଳ ନିଷ୍କାସନ ବା ଡ୍ରେନ ନିର୍ମାଣ ମୁଖ୍ୟ ସମସ୍ୟା ରହିଥିଲା । ଯାହାକୁ ମୁଁ ଗୁରୁତ୍ୱ ଦେଇଥିଲି । ମେୟର ସୁଲୋଚନା ଦାସ ଓ ବିଏମସିର ସହେଯାଗରେ ପ୍ରଶାନ୍ତି ବିହାର କଲୋନୀର ମୁଖ୍ୟ ଡ୍ରେନ, ଚିରାଗୋଲାଟୋଲା ବସ୍ତିର ମୁଖ୍ୟ ଡ୍ରେନ, ଶିଖରଚଣ୍ଡୀ ନଗରର, ପ୍ରଶାନ୍ତି ବିହାର କଲୋନୀ ଭିତର ଓ ପ୍ରଶାନ୍ତି ବିହାର ବସ୍ତିରେ ଡ୍ରେନ ନିର୍ମାଣ କରାଯାଇଛି ।

ସମ୍ପର୍କ ବିହାର ମୁଖ୍ୟ ରାସ୍ତା ଓ କଲୋନୀ ରାସ୍ତା, ଆଦର୍ଶ ବିହାର ଲେନ୍ ୨, ପ୍ରଶାନ୍ତି ବିହାର କଲୋନୀ ଓ ବସ୍ତିରେ ରାସ୍ତା ତିଆରି ହୋଇଛି । ଅମୃତ ଯୋଜନା ମାଧ୍ୟମରେ ଦୁଇଟି ପାର୍କ ଓ ଗୋଟିଏ ଶିଶୁ ଉଦ୍ୟାନ ଏବଂ ଏମସିସି ପ୍ଲାର ଉନ୍ନତି କରଣ ହୋଇଛି ।

ଏଥି ସହିତ ରଜମହୋତ୍ସବ, ଦୁର୍ଗାପୂଜା ଓ ବିଭିନ୍ନ ପର୍ବପର୍ବାଣୀ ଲକମାନଙ୍କ ସହିତ ପାଳନ କରାଯାଉଛି । ସାମାଜିକ କାର୍ଯ୍ୟ ମଧ୍ୟରେ ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ପରୀକ୍ଷା ଓ ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ କରାଯାଇ ଲୋକ ମାନଙ୍କୁ ମାଗଣା ଔଷଧ ଓ ଚଷମା ପ୍ରଦାନ କରାଯାଇଛି ।

ମହିଳା ମାନଙ୍କୁ ଶସକ୍ତ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି । ପରିମଳ ବ୍ୟବସ୍ଥା ସୁରୁଖୁରୁରେ ଚାଲିଛି । ଏଥି ସହିତ ଲୋକଙ୍କ ସମସ୍ୟା ସମାଧାନ ପାଇଁ ହ୍ୱାଟସ୍ ଅଫ୍ ଗ୍ରୁପ୍ ତିଆରି କରାଯାଇ ତୁରନ୍ତ ସମସ୍ୟା ସମାଧାନ କରାଯାଉଛି ।

ଓାର୍ଡବାସୀଙ୍କ ଆର୍ଶୀବାଦରୁ ଏହି ସେବା କାର୍ଯ୍ୟ ଆଗକୁ ଜାରି ରହିବ ବୋଲି କହିଥିଲେ । ସମସ୍ତଙ୍କର ସହଯୋଗ ପାଇଁ କୃତଜ୍ଞତା ଜଣାଇଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.