banner
Breaking

୩ଶହ କୋଟି କ୍ଲବରେ ଆକ୍ସନ ମୁଭି ଓ୍ବାର

0

ମୁମ୍ବାଇ: ବଲିଉଡ୍‌ ମୁଭି ‘ଓ୍ବାର’ ବକ୍ସ ଅଫିସରେ ବେଶ୍‌ ଭଲ ପ୍ରଦର୍ଶନ କରିଛି। ଫିଲ୍ମଟି ଏବେ ୩ଶହ କୋଟି କ୍ଲବରେ ସାମିଲ ହୋଇଛି। ୨୦୧୯ର ଏହା ସବୁଠାରୁ ବଡ ବ୍ଲକବଷ୍ଟର ଫିଲ୍ମ ବୋଲି କୁହାଯାଉଛି। ଏହି ଆକ୍ସନ ଡ୍ରାମା ଫିଲ୍ମ ‘ଓ୍ବାର’କୁ ଫିଲ୍ମ କ୍ରିଟିକ ବେଶ୍‌ ପସନ୍ଦ କରିବା ସହ ଲୋକେ ମଧ୍ୟ ବେଶ୍‌ ପସନ୍ଦ କରିଛନ୍ତି। ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ହ୍ରିତିକ ରୋଶନ ଓ ଟାଇଗର ଶ୍ରଫଙ୍କର ଭୂମିକା ସମସ୍ତଙ୍କୁ ପସନ୍ଦ ଆସିଛି। ଏହାକୁ ଦେଖିବା ପରେ ଟମ୍‌ କ୍ରୁଜଙ୍କ ଫିଲ୍ମ ‘ମିଶନ ଇମ୍ପଶିବଲ’ ମନେ ପଡିବ ବୋଲି କେତେକ ଦର୍ଶକ ମତ ଦିଅନ୍ତି। ଏବେ ‘ଓ୍ବାର’, ଉରି, କବିର ସିଂ ଭାରତ ଭଳି ଫିଲ୍ମକୁ ପଛରେ ପକାଇ ୩ ଶହ କୋଟି କ୍ଲବରେ ସାମିଲ ହୋଇଥିବା କୁହାଯାଉଛି।

Khansweb Solution Bhubaneswar

Leave A Reply

Your email address will not be published.