banner
Breaking

ଭୋଟର ତାଲିକାରେ ନାମ ଜୋଡନ୍ଥୁ ଓ ସ°ଶୋଧନ କରନ୍ତୁ। ଡିସେମ୍ବର ୧୫ ଶେଷ ତାରିଖ।

0

ଭୁବନେଶ୍ଵର : ଭୋଟ୍‌ର ତାଲିକାରେ ନାଁ ଯୋଡିବା ଓ ଭୋଟ ପରିଚୟ ପତ୍ରରେ ଭୁଲ୍‌ଥିଲେ ଖୁବ୍‌ ଶିଘ୍ର କରିନିଅନ୍ତୁ ସଂଶୋଧନ। କାରଣ ନଭେମ୍ବର ୧୫ ତାରିଖରୁ ଆରମ୍ଭ ହୋଇଥିବା ଭୋଟର ତାଲିକାରେ ନାଁ ଯୋଡିବା, ବାଦ ଦେବା ଓ ସଂଶୋଧନ ପକ୍ରିୟା ଆସନ୍ତା ଡିସେମ୍ବର ୧୫ ତାରିଖରେ ଶେଷ ହେବ ଏବଂ ଜାନୁଆରୀ ୧୫ ତାରିଖରେ ପ୍ରକାଶ ପାଇବ ୨୦୨୧ ପାଇଁ ନୂଆ ଭୋଟର ତାଲିକା। ଏନେଇ ପ୍ରେସମିଟରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ ଲୋହାନୀ ସୂଚନା ଦେଇଛନ୍ତି।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ ଲୋହାନୀ କହିଛନ୍ତି ଯେ ଉଭୟ ଅଫଲାଇନ୍‌ ଓ ଅନ୍‌ଲାଇନ୍‌ରେ ଭୋଟର ତାଲିକାରେ ନୂଆ ନାଁ ଯୋଡିବା ଏବଂ ସଂଶୋଧନ ପାଇଁ ଆବେଦନ କରାଯାଇ ପାରିବ। ଅଫଲାଇନ୍‌ ଆବେଦନ ପାଇଁ ପ୍ରତ୍ୟେକ ଏରିଆରେ ବୁଥ ଲେବଲ ଅଧିକାରୀ ଅଛନ୍ତି। ଲୋକେ ବୁଥ ଲେବଲ ଅଫିସରଙ୍କ ସହ ଯୋଗାଯୋଗ କରି ଫର୍ମ ନେଇପାରିବେ। ବୁଥ ସ୍ତରରେ ବିଏଲ୍‌ଓମାନେ ଡିସେମ୍ବର ୫ ଓ ୬ରେ ରହିବେ। ସେମାନେ ତାଲିକାରେ ଭୋଟରଙ୍କ ନାମ ଯୋଡ଼ିବେ, କାଟିବେ ଓ ସଂଶୋଧନ କରିବେ। ଭୋଟର ତାଲିକାରେ ନାମ ଯୋଡ଼ିବାକୁ ଫଟୋ, ଜନ୍ମ ପ୍ରମାଣମପତ୍ର ଓ ବାସସ୍ଥାନ ପ୍ରମାଣପତ୍ର ଦେଇ ଫର୍ମ ୬, କାଟିବାକୁ ଫର୍ମ ୭ ଏବଂ ସଂଶୋଧନ ପାଇଁ ଫର୍ମ ୮ରେ ଆବେଦନ କରିବେ।

ସେହିପରି ଲୋକମାନେ ଅନ୍‌ଲାଇନ୍‌ ମାଧ୍ୟରେ ଭୋଟର ତାଲିକାରେ ନାମ ଯୋଡ଼ିବା, କାଟିବା ଏବଂ ସଂଶୋଧନ କରିବା ପାଇଁ ମଧ୍ୟ ଆବେଦନ କରିପାରିବେ। www.nvsp.inରେ ଅନ୍‌ଲାଇନ୍‌ ଆବେଦନ କରିପାରିବେ ଏବଂ ମୋବାଇଲ୍‌ ଆପ୍‌ ‘ଭୋଟର ହେଲ୍‌ପଲାଇନ’ରେ ମଧ୍ୟ ଆବେଦନ କରିପାରିବେ। ନଭେମ୍ବର ୧୫ ତାରିଖରୁ ଆରମ୍ଭ ହୋଇଥିବା ଭୋଟର ତାଲିକାରେ ନାଁ ଯୋଡିବା, ବାଦ ଦେବା ଓ ସଂଶୋଧନ ପକ୍ରିୟା ଆସନ୍ତା ଡିସେମ୍ବର ୧୫ ତାରିଖରେ ଶେଷ ହେବା ପରେ ଡିସେମ୍ବର ୧୫ ରୁ ଜାନୁଆରି ୫ ମଧ୍ୟରେ ଆବେଦନର ଯାଞ୍ଚ କରାଯିବ ଏବଂ ଜାନୁଆରୀ ୧୫ ତାରିଖରେ ପ୍ରକାଶ ପାଇବ ୨୦୨୧ ପାଇଁ ନୂଆ ଭୋଟର ତାଲିକା ପ୍ରକାଶ ପାଇବ।

Khansweb Solution Bhubaneswar

Leave A Reply

Your email address will not be published.