banner
Breaking

ଭୋଟର ଯାଞ୍ଚ କାର୍ଯ୍ୟକ୍ରମର ଶୁଭାରମ୍ଭ। ଅକ୍ଟୋବର ୧୫ ଯାଏ ଚାଲିବ।

0

ଭୁବନେଶ୍ୱର,୩/୯(ଓଡ଼ିଆ ନ୍ୟୁଜ) ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ଭୋଟର ଯାଞ୍ଚ କାର୍ଯ୍ୟକ୍ରମର ଆରମ୍ଭ ହୋଇଛି। ରବିବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ସୁରେନ୍ଦ୍ର କୁମାର ୟୁନିଟ ୯ ବାଳିକା ଉଚ୍ଚ ବିଦ୍ୟାଳୟରେ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମ ଅକ୍ଟୋବର ୧୫ ଯାଏ ପ୍ରତ୍ୟେକ ସରକାରୀ ସ୍କୁଲରେ ଚାଲିବ। ଏଥିପାଇଁ ଆବଶ୍ୟକୀୟ ପ୍ରମାଣପତ୍ର ମଧ୍ୟରେ ପାସପୋର୍ଟ, ଡିଏଲ୍,ଆଧାର କାର୍ଡ,ସରକାରୀ ପରିଚୟପତ୍ର,ରାଶନ କାର୍ଡ,ପ୍ୟାନ୍ କାର୍ଡ,କୃଷକ କାର୍ଡ,ବ୍ୟାଙ୍କ ପାସବୁକ୍,ବିଜୁଳି ବିଲ୍ ଓ ଜଳକର ବିଲ୍ ପ୍ରଦାନ କରି ଭୋଟର ତାଲିକାରେ ଲିପିବଦ୍ଧତା ନେଇ ଯାଞ୍ଚ କରିପାରିବେ। ଏହା ଅନଲାଇନ ଓ ଅଫଲାଇନ ମାଧ୍ୟମରେ କରିପାରିବେ।

Khansweb Solution Bhubaneswar

Leave A Reply

Your email address will not be published.