banner
Breaking

ନଭେମ୍ବର ୧ରୁ ନୂତନ ଭୋଟର ପଞ୍ଜିକରଣ ଓ ସ°ଶୋଧନ ପ୍ରକ୍ରିୟା ଆରମ୍ଭ।

0

ଖୋର୍ଦ୍ଧା,୩୦ା୧୦: ଭାରତୀୟ ନିର୍ବାଚନ କମିଶନ ଓ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶାନାମା ଅନୁଯାୟୀ, ଜିଲାରେ ସ୍ବତନ୍ତ୍ର ସଂକ୍ଷିପ୍ତ ଫଟୋ- ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଜାରି ରହିଛି। ଶନିବାର ଏନେଇ ଜିଲାପାଳଙ୍କ ସମ୍ମିଳନୀରେ କକ୍ଷରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସବିଶେଷ ବିବରଣୀ ପ୍ରଦାନ କରିଥିଲେ। ସେ କହିଲେ ଯେ, ଆସନ୍ତା ଜାନୁୟାରୀ ପହିଲା ପର୍ଯ୍ୟନ୍ତ ଯେଉଁମାନଙ୍କୁ ୧୮ ବର୍ଷ ବୟସ ହେଉଥିବ ସେମାନେ ନୂତନ ଭୋଟର ଭାବେ ନାମ ପଞ୍ଜୀକରଣ କରି ପାରିବେ। ନୂତନ ଭୋଟର ଭାବେ ପଞ୍ଜୀକରଣ ନିମନ୍ତେ ଫର୍ମ-୬, ପ୍ରବାସୀ ଭାରତୀୟମାନଙ୍କ ପଞ୍ଜୀକରଣ ନିମନ୍ତେ ଫର୍ମ -୬ କ, ଭୋଟର ତାଲିକାରୁ ନାମ ବାଦ୍‌ ପାଇଁ ଫର୍ମ-୭, ତ୍ରୁଟି ସଂଶୋଧନ ପାଇଁ ଫର୍ମ-୮, ସ୍ଥାନାନ୍ତରଣ ନିମନ୍ତେ ଫର୍ମ-୮ କ ମାଧ୍ୟମରେ ବୁଥ୍‌ସ୍ତରରେ ବିଏଲ୍‌ଓମାନଙ୍କ ନିକଟରେ ଆବେଦନ କରିପାରିବେ। ଏହି କାର୍ଯ୍ୟକ୍ରମ ଆସନ୍ତା ନଭେମ୍ବର ୧ରୁ ୩୦ ପର୍ଯ୍ୟନ୍ତ ଚାଲିବ। ଆସନ୍ତା ଡିସେମ୍ବର ୨୦ ସୁଦ୍ଧା ସମସ୍ତ ଆପତ୍ତି ଅଭିଯୋଗଗୁଡ଼ିକର ସମାଧାନ କରାଯାଇ ଆସନ୍ତା ବର୍ଷ ଜାନୁୟାରୀ ୫ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଅତିରିକ୍ତ ଜିଲାପାଳ ମନୋଜ ପାଢ଼ୀ କହିଥିଲେ, ଭୋଟର ହେଲ୍ପଲାଇନ ଆପ୍‌ National Voter Service Portal ଏବଂ ଭୋଟର ସହାୟତା କେନ୍ଦ୍ର ମାଧ୍ୟମରେ ଭୋଟରମାନେ ସେମାନଙ୍କ ତଥ୍ୟ ପାଇପାରିବେ। ଉପଜିଲାପାଳ ଓ ସମସ୍ତ ବିଡିଓମାନଙ୍କ କାର୍ଯ୍ୟାଳୟରେ ଭୋଟର ସହାୟତା କେନ୍ଦ୍ର ଖୋଲାଯାଇଛି। କୌଣସି ଭୋଟର ଯେପରି ଭୋଟ ଦାନରୁ ବଞ୍ଚିତ ନ ହୁଅନ୍ତି ଏଥିନିମନ୍ତେ ଆସନ୍ତା ୭ ଓ ୨୧ ତାରିଖ ରବିବାରଗୁଡ଼ିକରେ ସ୍ବତନ୍ତ୍ର ଅଭିଯାନ ଦିବସ ପାଳନ କରାଯିବ। ବୁଥ୍‌ସ୍ତରୀୟ ଅଧିକାରୀମାନେ ବୁଥ୍‌ଗୁଡ଼ିକରେ ଉପସ୍ଥିତ ରହିବେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ, ଭୁବନେଶ୍ବର ପ୍ରଫୁଲ୍ଲ କୁମାର ସ୍ବାଇଁ, ଖୋର୍ଦ୍ଧା ଉପଜିଲାପାଳ ଆଇ ଗୌରବ ଶିବାଜୀ, ଭୁବନେଶ୍ବର ଉପଜିଲାପାଳ ଦେବବ୍ରତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Khansweb Solution Bhubaneswar

Leave A Reply

Your email address will not be published.