banner
Breaking

ଏଥର ଅନଲାଇନରେ ମିଳିଯିବ ଭୋଟର ପରିଚୟପତ୍ର।

0

ନୂଅ।ଦିଲ୍ଲୀ, ୨୬ା୧ : ଭାରତର ନିର୍ବାଚନ କମିଶନ ସୋମବାର ଭୋଟର ଫଟୋ ପରିଚୟପତ୍ରର ଇଲେ୍ରୋନିକ୍ ଭର୍ସନ (ଇ-ଭୋଟର କାର୍ଡ) ଜାରି କରିଛନ୍ତି। ଏହି ଡିଜିଟାଲ ପରିଚୟପତ୍ରକୁ ଭୋଟର ନିଜ ମୋବାଇଲ ଫୋନ୍ରେ ଷ୍ଟୋର କରିବା ସହ ବ୍ୟକ୍ତିଗତ କମ୍ପୁ୍ୟଟରରେ ଡାଉନ୍ଲେଡ୍ କରିହେବ। ଏହା ପିଡିଏଫ୍ ଫର୍ମାଟରେ ଉପଲବ୍ଧ ହେଉଥତ୍ବାରୁ କାର୍ଡରେ କୌଣସି ସଂଶୋଧନ କରାଯାଇପାରିବ ନାହିଁ । ଭୋଟର ଅ।ବଶ୍ୟକ ସମୟରେ ଏହାର ପ୍ରିଣ୍ଟ ବାହାର କରି ଲାମିନେଟ୍ କରିପାରିବେ ବିଧାନସଭା ନିର୍ବାଚନ ହେବାକୁ ଯାଉଥତ୍ବା ପଶ୍ଚିମବଙ୍ଗ, ତାମିଲନାଡୁ, ଅ।ସାମ, କେରଳ ଓ ପୁଡୁଚେରୀର ଭୋଟରମାନେ ଭୋଟ ଦିନ ଉକ୍ତ ଇ-ଭୋଟର କାର୍ଡ ବ୍ୟବହାର କରିପାରିବେ। ଇ-ଭୋଟର କାର୍ଡ ଅ।ସିବା ସତ୍ତ୍ୱେ ପାରମ୍ପରିକ ପିଭି ଭୋଟର ପରିଚୟ ପତ୍ର ବ୍ୟବହାର ଜାରି ରହିବ ସୋମବାର ଜାତୀୟ ଭୋଟର ଦିବସ ଅବସରରେ ଅାଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଇ-ଓପିଅ।ଇସି କାଯର୍ୟକ୍ରମ ଶୁଭାରମ୍ଭ କରିବା ସହ ୫ ନୂଅ। ଭୋଟରଙ୍କୁ ଇ-ଭୋଟର ପରିଚୟପତ୍ର ପ୍ରଦାନ କରିଥତ୍ଲେ। ପାରମ୍ପରିକ କାର୍ଡ ଛାପିବା ଓ ଭୋଟରଙ୍କ ପାଖରେ ପହଞ୍ଚାଇବାରେ ସମୟ ଲାଗୁଥତ୍ଲା ଇ-ଭୋଟର କାର୍ଡ ସହଜରେ ଓ ଶୀଘ୍ର ଲୋକଙ୍କ ପାଖରେ ଉପଲବ୍ଧ ହୋଇପାରିବ ଗତବର୍ଷ ନଭେମ୍ବର-ଡିସେମ୍ବରରେ ଭୋଟର ତାଲିକାରେ ସାମିଲ ହେବା ଲାଗି ଅ।ବେଦନ କରିଥତ୍ବା ନୂଅ। ଭୋଟରମାନଙ୍କ ମୋବାଇଲ ଫୋନ୍କୁ ଏସ୍ଏମ୍ଏସ୍ ଯିବ ଏବଂ ସେମାନେ ଜାନୁୟାରୀ ୨୫ରୁ ୩୧ ମଧ୍ୟରେ ଇ-ଭୋଟର କାର୍ଡ ଡାଉନଲୋଡ୍ କରିପାରିବେ। ଅନ୍ୟ ଭୋଟରମାନେ ଫେବୃୟାରୀ ୧ରୁ ଏହାକୁ ଡାଉନଲୋଡ୍ କରିପାରିବେ ବୋଲି କୁହାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.