banner
Breaking

ଡିସେମ୍ବର ୧୪ ସୁଦ୍ଧା ଚୁଡାନ୍ତ ଭୋଟର ତାଲିକା

0

ଭୁବନେଶ୍ବର,୮।୧୧(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ଜୋରଦାର ପ୍ରସ୍ତୁତି ଚାଲିଛି। ଡିସେମ୍ବର ୧୪ ସୁଦ୍ଧା ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ରାଜ୍ୟ ନିର୍ବାଚନ ଆୟୋଗ ଭୋଟର ତାଲିକା ପ୍ରସ୍ତୁତି ଦିଗରେ ଗୁରୁତ୍ୱ ଦେଇଛନ୍ତି । ୧ ନଭେମ୍ବର ୨୦୨୧ ସୁଦ୍ଧା ୧୮ ବର୍ଷ ପୂରଣ ହୋଇଥିଲେ ଭୋଟର ପାଇଁ ଆବେଦନ କରିପାରିବେ। ଏ ନେଇ ସୋମବାର ଖବରଦାତା ସମ୍ମିଳନୀ କରି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ସୂଚନା ଦେଇଛନ୍ତି ।

ପ୍ରାରମ୍ଭିକ ପର୍ଯ୍ୟାୟରେ ୨୯ ଜିଲାର ଭୋଟର ତାଲିକା ସଂଶୋଧନ ହେବ। ୧୬ ରେ ସବୁ ପଞ୍ଚାୟତରେ ପ୍ରାଥମିକ ଭୋଟର ତାଲିକା ପ୍ରସ୍ତୁତ କରାଯିବ। ଏହି ସମୟରେ ଯେଉଁମାନଙ୍କର ଦାବି ବା ଆପତ୍ତି ଥିବ ସେମାନେ ପଞ୍ଚାୟତ ସ୍ତରରେ ଥିବା ଅଧିକାରୀଙ୍କୁ ଜଣାଇବେ। ଫର୍ମ ୧୬ ଓ ୧୭ ଜରିଆରେ ଆପତ୍ତି ଜଣାଇପାରିବେ। ୨୪ରୁ ୨୬ ମଧ୍ୟରେ ତଦନ୍ତ କରି ଅଧିକାରୀମାନେ ନିଷ୍ପତ୍ତି ନେବେ । ଚିଠା ଭୋଟର ଲିଷ୍ଟକୁ ନେଇ ଅସନ୍ତୋଷ ଥିଲେ ୨୯ ଓ ୩୦ ତାରିଖରେ ବିଡିଓଙ୍କୁ ଜଣାଇପାରିବେ । ଡିସେମ୍ବର ୧ରୁ ୨ ଭିତରେ ବିଡିଓ ନିଷ୍ପତ୍ତି କରିବେ। ଡିସେମ୍ବର ୪ ସୁଦ୍ଧା ଚୂଡାନ୍ତ ଭୋଟର ତାଲିକା ପ୍ରସ୍ତୁତ ହେବ।

Khansweb Solution Bhubaneswar

Leave A Reply

Your email address will not be published.