banner
Breaking

କରୋନା ଭଳି ବଢୁଛି ନୂତନ ଭାଇରସ୍

0

ନୂଆଦିଲ୍ଲ : ଦେଶରେ ଏଚ୍‌୩ଏନ୍‌୨ ଇନ୍‌ଫ୍ଲୁଏଞ୍ଜା ଭାଇରସ ବୃଦ୍ଧି ପାଉଛି। ତେବେ ମହାରାଷ୍ଟ୍ର ବର୍ତ୍ତମାନ ସମୟରେ ଏହି ଭାଇରସ କରୋନା ଭଳି ଦ୍ରୁତ ଗତିରେ ବଢୁଛି। ଏହାକୁ ନେଇ ସମସ୍ତ ହସ୍ପିଟାଲକୁ ସତର୍କ ରହିବାକୁ କୁହାଯାଇଛି। ଲୋକମାନେ ପୁଣି ଥରେ ମାସ୍କ ପିନ୍ଧିବା ଆରମ୍ଭ କରିଛନ୍ତି। ଅନ୍ୟପଟେ, ଦିଲ୍ଲୀ ସରକାର ଆଡଭାଇଜରୀ ଜାରି କରି ଲୋକ(ବିଶେଷକରି ଶିଶୁ ଏବଂ ବୃଦ୍ଧ)ଙ୍କୁ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରିଛନ୍ତି। ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ୱାଜ ଶୁକ୍ରବାର ଦେଶରେ କୋଭିଡ ଏବଂ ଏଚ୍‌୩ଏନ୍‌୨ ଇନ୍‌ଫ୍ଲୁଏଞ୍ଜା ଭାଇରସ ବୃଦ୍ଧି ଘଟଣାରେ ଲୋକଙ୍କୁ ଜନଗହଳି ପୂର୍ଣ୍ଣ ସ୍ଥାନରୁ ଦୂରରେ ରହିବାକୁ ଅନୁରୋଧ କରିଛନ୍ତି। ସରକାରୀ ଡାକ୍ତରଖାନାଗୁଡ଼ିକରେ ମାମଲା କମ୍‌ ଥିବା ସେ କହିଛନ୍ତି।

ଏଚ୍‌୩ଏନ୍‌୨ ଇନ୍‌ଫ୍ଲୁଏଞ୍ଜା ଭାଇରସ ବର୍ତ୍ତମାନ ସୁଦ୍ଧା ଦେଶରେ ଅତି କମରେ ନଅ ଜଣଙ୍କର ମୃତ୍ୟୁ ଘଟିଛି। କର୍ନାଟକର ହାସନ ଜିଲରେ ପ୍ରଥମେ ଏହି ଭାଇରସରେ ଜଣେ ୮୨ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ, ଜାନୁୟାରୀ ୨ ରୁ ମାର୍ଚ୍ଚ ୫ ମଧ୍ୟରେ ଦେଶରେ ୪୫୧ ଟି ଏଚ୍‌୩ଏନ୍‌୨ ମାମଲା ସାମ୍ନାକୁ ଆସିଛି। ତେବେ ଡାକ୍ତରଖାନାଗୁଡ଼ିକର ପ୍ରସ୍ତୁତି ଉପରେ ନଜର ରଖିବାକୁ ରାଜ୍ୟମାନଙ୍କୁ ଅନୁରୋଧ କରିଛି ମନ୍ତ୍ରଣାଳୟ। ଏଥିସହ ମାସ୍କ, ଅକ୍ସିଜେନ୍‌, ଔଷଧ ମହଜୁଦ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.