banner
Breaking

ଏଥର ହେବନାହିଁ ଭଷାଣୀ ଉତ୍ସବ-କୃତ୍ରିମ ପୁଷ୍କରିଣୀରେ ବିସର୍ଜନ ହେବେ ମା ଉତ୍ତର ଭୁବନେଶ୍ୱର ଭଷାଣୀ କମିଟିର ବୈଠକ

0

ଭୁବନେଶ୍ୱର ୧୦/୧୦(ଓଡ଼ିଆ ନ୍ୟୁଜ): ଉତ୍ତର ଭୁବନେଶ୍ୱର ଭଷାଣୀ କମିଟି ପକ୍ଷରୁ ପଟିଆ ଶିରିଡିସାଇ ମନ୍ଦିର ପ୍ରାଙ୍ଗଣରେ କମିଟିର ଅଧ୍ୟକ୍ଷ ମଧୁମାଧବ ଜେନାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

କରୋନା ମହାମାରୀର ଭୟାବହତା ଦୃଷ୍ଟିରୁ ଏଥର ଭଷାଣୀ ଉତ୍ସବ ଅନୁଷ୍ଠିତ ହେବନାହିଁ । ଅସ୍ଥାୟୀ କୃତ୍ରିମ ପୁଷ୍କରିଣୀରେ ମାଙ୍କୁ ସାମାଜିକ ଦୂରତା ମଧ୍ୟରେ ବିସର୍ଜନ କରାଯିବ। ପ୍ରତ୍ୟେକ ମଣ୍ଡପରେ କୋଭିଡ୍ ନିୟମ ଅନୁସାରେ ପୂଜାର୍ଚ୍ଚନା ହେବ । ପ୍ରତ୍ୟେକ ମଣ୍ଡପ ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ କରାଯିବ । ମାସ୍କ ବଣ୍ଟନ, ବୃକ୍ଷରୋପଣ, ବିଶୋଧିକରଣ ଓ ରକ୍ତଦାନ ଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ମତ ପ୍ରକାଶ ପାଇଥିଲା ।

ଅଧ୍ୟକ୍ଷ ଶ୍ରୀଯୁକ୍ତ ଜେନା ସମସ୍ତ ଭକ୍ତ ନିଜ ଘରେ ରହି ମାଙ୍କୁ କଳସ ବସାଇ ପୂଜା କରିବା ସହିତ ବ୍ରତପୂଜା ଓ ଘର ସାମ୍ନାରେ ନିଜ ନିଜ ଗାଡିକୁ ଦୀପ, ଧୂପ ଦେଇ ପୂଜା କରପିବା ପାଇଁ ନିବେଦନ କରିଥିଲେ । ଏହି ବୈଠକରେ ୨୦ଟି ମଣ୍ଡପର କର୍ମକର୍ତ୍ତା ଭାବେ ୨ ଜଣ ଲେଖାଏଁ ଉପସ୍ଥିତ ରହିଥିଲେ । ସମସ୍ତ ସଦଶ୍ୟ ମା ଙ୍କ ପୂଜା ସମୟରେ ତେଲିଙ୍ଗି ବାଜା ଓ ମନ୍ତ୍ର ପାଠ ପାଇଁ ଗୋଟିଏ ମାଇକ୍ରୋ ଫୋନ ବ୍ୟବହାର ପାଇଁ ଏସିପିଙ୍କ ମାଧ୍ୟମରେ ସରକରଙ୍କ ପାଖରେ ନିବେଦନ ରଖିଥିଲେ।

କମିଟିର ପ୍ରମୁଖ ସଦସ୍ୟ ସନ୍ତୋଷ ମହାନ୍ତି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଜୋନ୍ ଛଅ ଏସିପି ପ୍ରକାଶ ପାଲ ଯୋଗଦେଇ କହିଥିଲେ ପୋଲିସ ପକ୍ଷରୁ ସମସ୍ତ ପୂଜା ମପକୁ ପୋଲିସ ସହାୟତା ପ୍ରଦାନ କରାଯିବ । ସମ୍ମାନୀତ ଅତିଥି ଭାବେ ନନ୍ଦନକାନନ ଥାନା ଅଧିକାରୀ ବିଶ୍ୱରଂଜନ ସେନାପତି, ଚନ୍ଦ୍ରଶେଖରପୁର ଥାନା ଅଧିକାରୀଙ୍କ ତରଫରୁ ଗୟାନନ୍ଦ ସାହା, ବସନ୍ତ ପ୍ରଧାନ ଯୋଗ ଦେଇଥିଲେ । କମିଟିର ସକ୍ରିୟ ସଦସ୍ୟ ମିହିର କୁମାର ରାଉତ, ଗଜି ଜେନା, ପ୍ରିତିନନ୍ଦା ରାଉତରାୟ, ବାବି ଦାସ, ମଦନମୋହନ ଭୂୟାଁ ଓ ଅଶୋକ ପାତ୍ର ପ୍ରମୁଖ ସହଯୋଗ କରିଥିଲେ ା ଶେଷରେ ସଂଯୋଜକ ସମରେନ୍ଦ୍ର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


ଅନ୍ୟ ମାନଙ୍କ ମଧ୍ୟରେ ସୌଭାଗ୍ୟ ବାରିକ, ମନମୋହନ ପଟ୍ଟନାୟକ, ଶ୍ରୀଧର ସାହୁ, ପ୍ରକାଶ ଶତପଥୀ, ସୁକାନ୍ତ ପରିଡା, ଦିଲ୍ଲୀପ ମହାନ୍ତି, ବିଶ୍ବନାଥ ମହାନ୍ତି, ଅଭୟ ନାୟକ, ସୀତା°ଶୁ ଦାସ, ଗୁରୁଦତ୍ତ ସିଂହ, କେ ସି ଭଞ୍ଜଦେଓ, ପ୍ରବୀନ ମହାପାତ୍ର, ରାମଚନ୍ଦ୍ର ବାରିକ, ବାସନ୍ତୀ ସି°ହ,ସୁବ୍ରତ ମିଶ୍ର, ଦାଶରଥି ମଙ୍ଗରାଜ, ସୁରେଶ କହର,ବିନୋଦ ଜେନା, ଡମ୍ବରୁଧର ସାହା, ଚନ୍ଦନ ଜେନା, ସୁକାନ୍ତ ପଣ୍ଡା, ଏମ୍ ନରେଶ, ଭି ଗାଙ୍ଗୁନନ୍ଦିଆ,ପ୍ରଦୀପ ଦାସ, ବିଜୟ ଦାସ, ଅରୁଣ ଦେ, ଇ° ଦିଲ୍ଲୀପ ସାହୁ ଓ ଆଇନଜୀବୀ ବିଜୟ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Khansweb Solution Bhubaneswar

Leave A Reply

Your email address will not be published.