banner
Breaking

ଉତ୍ତର ଭୁବନେଶ୍ୱର ଭସାଣି କମିଟିର ପ୍ରସ୍ତୁତି ବୈଠକ ଓ ସମ୍ବର୍ଦ୍ଧନା ମହୋତ୍ସବ

0

ଭୁବନେଶ୍ୱର,୧୧ା୯ – ଉତ୍ତର ଭୁବନେଶ୍ୱର ଭସାଣି କମିଟି ପକ୍ଷରୁ ଦୁର୍ଗାପୂଜା ଭସାଣି ପାଇଁ ପ୍ରସ୍ତୁତି ବୈଠକ ପଟିଆ ସ୍ଥିତ ଏକ ଘରୋଇ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଭସାଣି କମିଟିର ସଂଯୋଜକ ସମରେନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବିଶିଷ୍ଠ ଅତିଥି ମାନଙ୍କ ମଧ୍ୟରେ କିଟ ଓ କିସର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କଅଁର, ଜୋନ ୬ ଏସିପି ରମେଶ ଚନ୍ଦ୍ର ବିଶୋଇ ଓ ଭସାଣି କମିଟିର ଆବାହକ ମଧୁମାଧବ ଜେନା, କିଶୋର ଜେନା ପ୍ରମୁଖ ଯୋଗଦେଇ ଭସାଣୀ ମହୋତ୍ସବ କିପରି ଶାନ୍ତି ଶୃଙ୍ଖଳାର ସହ ପାଳନ କରାଯିବ ସେ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ସାଂସଦ, ବିଧାୟକ, ମେୟର, ଉତ୍ତର ନିର୍ବାଚନ ମଣ୍ଡଳୀର ୨୪ ଜଣ ନବ ନିର୍ବାଚିତ କର୍ପୋରେଟର, ୪ ଥାନା ଅଧିକାରୀ ଓ ସ୍ଥାନୀୟ ସାମ୍ବାଦିକ ମାନଙ୍କୁ ଭସାଣି କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ବୈଠକରେ ୨୫ଟି ଦୁର୍ଗାପୂଜା କମିଟିର କର୍ମକର୍ତ୍ତା ଯୋଗଦାନ କରିଥିଲେ । ଭସାଣି କମିଟିର ସନ୍ତୋଷ ମହାନ୍ତି, ପ୍ରଦୀପ ଜେନା, ପ୍ରଦୀପ ଦାସ, ସୁରେଶ ରଥ, ଭଗବାନ ଦାସ ଓ ଏଲପିଟିମର ସଦସ୍ୟ ମାନେ ସହଯୋଗ କରିଥିଲା ବେଳେ ମିହିର କୁମାର ରାଉତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.