banner
Breaking

ଆଜି ଚକଲେଟ ଡେ।

0

ଭୁବନେଶ୍ୱର ୯/୨: ଅମାନିଆ ମନରେ ପ୍ରେମକୁ ନେଇ ବଢ଼ୁଛି ଅଝଟ ପଣିଆ । ଅଦ୍ଭୂତ ଅନୁଭବ ଓ ଅନୁଭୂତିର ସମାହାର ମନକୁ ଜଡ଼ସଡ଼ କରି ଭିଜାଇ ଦେଉଛି । ବାଉଳାପଣରେ ମନ ଏବେ ଛଟପଟ । ମଣିଷର ସବୁଠୁ ବଡ଼ ଆବିଷ୍କାର ହେଉଛି ପ୍ରେମ । ପ୍ରେମର ଭାଗ୍ୟ ବି ଅତି ଅଦ୍ଭୂତ । ଥରେ ଆରମ୍ଭ ହେଲେ ସରେ ନାହିଁ । ସେ ଜିତ୍‌ ହେଉ ଅବା ହାର୍‌ । ପ୍ରେମ ହେଉଛି ଏମିତି ଅନୁଭୂତି ଯାହା ସାରା ଜୀବନ ମନର କୋଣରେ ଲାଖି ରହେ । ପ୍ରେମରେ ବିଫଳତା ବୋଲି କିଛି ନାହିଁ । ବେଳେ ବେଳେ ଏଠି ନଟ୍‌ଆଉଟ୍‌ ରହି ସେଞ୍ଚୁରୀ ମାରିବା ଅପେକ୍ଷା ଶୂନରେ ଆଉଟ୍‌ ହେବାରେ ଅଧିକ ମଜା ଥାଏ । ପ୍ରେମ ପର୍ବରେ ଗୋଟିଏ ପରେ ଗୋଟିଏ ଦିନ ଗଡ଼ୁଛି । ମନ ଏବେ ଉଚ୍ଚାଟ ଆଷାଢ଼ ଭଳି ଭିଜି ଭିଜି ଚାଲିଛି । ଆଶା ଓ ଆଶଙ୍କାରେ ମନ ଏବେ ଆନ୍ଦୋଳିତ । ଶନିବାର ପ୍ରପୋଜ ଡେ’ ଶେଷ ହୋଇଥିଲାବେଳେ ରବିବାର ଚକୋଲେଟ୍‌ ଡେ’ ।
  

504563959

ନିଜ ମନର ସାଥୀକୁ ଚକୋଲେଟ୍‌ ଦେଇ ଅଭିନନ୍ଦନ ଜଣାଇବା ପାଇଁ ବେଶ ଉତ୍ସାହର ସହ ଚାହିଁବସିଛନ୍ତି ଯୁବ ପିଢ଼ି । ପ୍ରେମ ସପ୍ତାହରେ ନିଜ ପ୍ରେମୀକୁ ମିଠା ମିଠା ଫ୍ଲେଭର୍‌ ଦେବାକୁ କେହି ସୁଯୋଗକୁ ହାତଛଡ଼ା କରିବେନି । ସେଥିପାଇଁ ଆଜି ପାଗ କୋହଲା ଥିଲେ ମଧ୍ୟ ଦୋକାନ ଦୋକାନ ବୁଲି ଚକୋଲେଟ୍‌ କିଣିଥିଲେ । କିଟ୍‌କାଟ୍‌, ମଞ୍ଚ୍‌, ପର୍କ, ଅମୁଲ୍‌ ଡାର୍କ ଚକୋଲେଟ୍‌, ମିଲ୍କ୍‌ ଚକୋଲେଟ୍‌, ସେଲିବ୍ରେସନ୍‌, ଡାଏରି ମିଲ୍କର ବିଭିନ୍ନ ଫ୍ଲେଭର ଥିବା ଚକୋଲେଟ୍‌ ସବୁ ଖୋଜିଥିଲେ । ଏସବୁ ଚୋକୋଲେଟ୍‌ ମଧ୍ୟରୁ ସବୁଠୁ ଭିନ୍ନ ଓ ଟେଷ୍ଟି ଚକୋଲେଟ୍‌ ଦେବା ପାଇଁ ମଲ୍‌, ଦୋକାନରେ ଭିଡ଼ ଜମାଇଥିଲେ ପ୍ରେମୀମାନେ । କିଏ କିଭଳି ଢ଼ଙ୍ଗରେ ଆସନ୍ତାକାଲି ଚକୋଲେଟ୍‌ ଦେବ ସେନେଇ ମଧ୍ୟ ପ୍ଲାନିଂ ଚାଲିଛି । ଅନେକ ସୋସିଆଲ୍‌ ମିଡିଆରେ ଚକୋଲେଟ୍‌ର ଫଟୋ ଦେଇ ମଧ୍ୟ ଚକୋଲେଟ୍‌ ଡେ’ର ଅଭିନନ୍ଦନ ଜଣାଇବେ ।

ପାଗ ଫିକା କରିଦେଲା ସେଲିବ୍ରେସନ୍‌

ଭାଲେଣ୍ଟାଇନ୍‌ ସପ୍ତାହର ଶନିବାର ଥିଲା ପ୍ରପୋଜ ଡେ’ । ହେଲେ ସକାଳୁ ପାଗ ଭଲ ନଥିଲା । କେଉଁଠି ଝିପିଝିପି ବର୍ଷା ହେଉଥିଲା ତ ଆଉ କେଉଁଠି ପବନ ବହୁଥିଲା । ଏମିତି ପାଗ ପ୍ରପୋଜ୍‌ ଡେ’କୁ ଫିକା କରିଦେଇଥିଲା । ପାର୍କ, ମଲ୍‌, ସିନେମା ହଲ୍‌, ରେସ୍ତୋରାଁରେ ବିଶେଷ ଭିଡ଼ ନଥିଲା । ଥାପି ଏମିତି ପାଗରେ ମଧ୍ୟ କିଛି ପ୍ରେମୀ ଯୁଗଳ ପ୍ରପୋଜ୍‌ ଡେ’କୁ ସେଲିବ୍ରେସନ୍‌ କରିଥିଲେ । ରାଜଧାନୀର ଏକାମ୍ର କାନନ, ବଟାନିକାଲ୍‌ ଗାର୍ଡେନ୍‌, ଆଇଜି ପାର୍କ, ଜୟେଦବ ବାଟିକା, ବୁଦ୍ଧ ପାର୍କ ଭଳି ସ୍ଥାନରେ କାଁ ଭାଁ ପ୍ରେମୀମାନଙ୍କୁ ଦେଖିବାକୁ ମିଳିଥିଲା । ପ୍ରେମୀମାନେ ନିଜ ମନର ମଣିଷକୁ ଭେଟି ପ୍ରେମ ନିବେଦନ କରିଥିଲେ । ଆଉ କେହି କେହି ଫୋନ୍‌ ଓ ସୋସିଆଲ୍‌ ମିଡିଆରେ ହିଁ କାମ ଚଳାଇଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.